ପ୍ଲେ ଅଫ୍ ଦୌଡ଼ରୁ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ ଆଉଟ୍ : ଲୋ ସ୍କୋରିଂ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ସିଏସକେକୁ ୫ ୱିକେଟରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

100

କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସ ପରେ ଚେନ୍ନାଇ ସୁପର୍ କିଙ୍ଗସର ମଧ୍ୟ ଆଇପିଏଲ୍ ପ୍ଲେ ଅଫ୍ ଆଶା ଧୂଳିସାତ୍ ହୋଇଯାଇଛି । ଗୁରୁବାର ଖେଳାଯାଇଥିବା ଏକ ଲୋ’ ସ୍କୋରିଂ ମ୍ୟାଚରେ ମୁମ୍ବାଇ ୫ ୱିକେଟରେ ମହେନ୍ଦ୍ର ସିଂ ଧୋନି ଚେନ୍ନାଇକୁ ହରାଇଛି । ଏହି ପରାଜୟ ସହ ଚେନ୍ନାଇ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ, ମୁମ୍ବାଇ ଆଗରେ ମାତ୍ର ୯୮ ରନର ଲକ୍ଷ୍ୟ ରଖିଥିଲା । ଜବାବରେ ମୁମ୍ବାଇ ଏହି ଟାର୍ଗେଟକୁ ୧୫ ଓଭର ଭିତରେ ହାସଲ କରିନେଇଛି ।

ଛୋଟିଆ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇକୁ ମଧ୍ୟ ପ୍ରାରମ୍ଭିକ ଝଟକା ଲାଗିଥିଲା । ୩୩ ରନ୍ ଭିତରେ ମୁମ୍ବାଇର ୪ ୱିକେଟ୍ ନେଇ ଚେନ୍ନାଇ ମ୍ୟାଚକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା । କିନ୍ତୁ ତିଳକ ବର୍ମା ଧୈର୍ଯ୍ୟପୂର୍ଣ୍ଣ ଇନିଂସ୍ ମୁମ୍ବାଇକୁ ବିଜୟୀ କରାଇଥିଲା । ତିଳକ ଅପରାଜିତ ୩୪ ରନ୍ କରିଥିବା ବେଳେ ହ୍ରିତିକ ଶୋକିନ୍ ୧୮ ଓ ଟିମ୍ ଡେଭିଡ୍ ଅପରାଜିତ ୧୬ ରନର ଯୋଗଦାନ କରିଥିଲେ । ଚେନ୍ନାଇ ପକ୍ଷରୁ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସର୍ବାଧିକ ୩୬ ରନ୍ କରିଥିଲେ । ମୁମ୍ବାଇର ବାମହାତୀ ସିମର୍ ଡାନିଏଲ୍ ସାମ୍ସ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।