ଆଜି ଆଇପିଏଲରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ-ମୁମ୍ବାଇ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲେ ରୋହିତ ।

68

କନକ ବ୍ୟୁରୋ: ଆଜି ଆଇପିଏଲରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ।  ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଏବେ ପଏଣ୍ଟ ଟେବୁଲର ଷଷ୍ଠ ଓ ସପ୍ତମ ସ୍ଥାନରେ ଅଛନ୍ତି । ତେଣୁ ଏହି ମ୍ୟାଚରେ ବିଜୟୀ ହେବାକୁ ଦୁଇ ଦଳ ଲକ୍ଷ୍ୟ ରଖିଛନ୍ତି ।

ଚଳିତ ଆଇପିଏଲରେ ବର୍ତମାନ ସୁଦ୍ଧା ଦିଲ୍ଲୀ, ଚେନ୍ନାଇ ଓ ବାଙ୍ଗାଲୋର ପ୍ଲେ-ଅଫ୍ ପାଇଁ ସ୍ଥାନ ପକ୍କା କରିସାରିଛନ୍ତି । ଏବେ କେଉଁ ଦଳ ଚୁତର୍ଥ ଦଳ ଭାବେ ପ୍ଲେ-ଅଫରେ ପ୍ରବେଶ କରିବ ତାକୁ ନେଇ ଅଙ୍କକଷା ଜାରି ରହିଛି । ଏପରି ସ୍ଥିତିରେ ମୁମ୍ବାଇ-ରାଜସ୍ଥାନର ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହୋଇପାରେ । ଦୁଇ ଦଳ ଏପର୍ଯ୍ୟନ୍ତ ୧୨ଟି ଲେଖାଏଁ ମ୍ୟାଚ୍ ଖେଳି ୧୦ ପଏଣ୍ଟ ପାଇଛନ୍ତି । ତେଣୁ ଏହି ମ୍ୟାଚରେ ବିଜୟୀ ହୋଇଥିବା ଦଳ ଏକାଥରକେ ପଞ୍ଚ ସ୍ଥାନକୁ ଲମ୍ଫ ମାରିବ । ତେଣୁ କ୍ରିକେଟ୍ ପ୍ରେମୀ ଏହି ମ୍ୟାଚର ଫଳାଫଳ କଣ ହେବ ତାକୁ ଅନେଇ ବସିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ , ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, କିରନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଜେମ୍ ନିଶାମ, ନାଥାନ କୁଲଟର ନାଇଲ, ଜୟନ୍ତ ଯାଦବ, ଜସପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ

ରାଜସ୍ଥାନ ରୟାଲ୍ସ: ଇଭିନ୍ ଲୁଇସ୍, ଯଶସ୍ୱୀ ଜୟସଓ୍ୱାଲ, ସଞ୍ଜୁ ସାମସନ୍ , ଶିବମ୍ ଦୁବେ, ଗ୍ଲେନ୍ ଫିଲିପ୍ସ, ଡେଭିଡ ମିଲର, ରାହୁଲ ତେୱାଟିଆ, ଶ୍ରେୟାସ ଗୋପାଳ, କୁଲଦୀପ ଯାଦବ, ମୁସ୍ତାଫିଜୁର ରହମାନ, ଚେତନ ସାକରିଆ