କନକ ବ୍ୟୁରୋ : ଦୁବାଇରେ ଦମ ଦେଖାଇଲା ରୋହିତ ବାହିନୀ । ପଞ୍ଚମଥର ପାଇଁ ଆଇପିଏଲ ଟ୍ରଫି ହାତେଇଲା ମୁମ୍ବାଇ ଇଣ୍ଡାଆନ୍ସ । ଆଇପିଏଲ ୨୦୨୦ ଫାଇନାଲ ମ୍ୟାଚରେ ଦିଲ୍ଲୀକୁ ୫ ୱିକେଟରେ ପରାସ୍ତ କରି ମୁମ୍ବାଇ ଚାମ୍ପିୟନ ହୋଇଛି । ଲଗାତାର ଦୁଇ ବର୍ଷ ଚାମ୍ପିୟନ ହୋଇଛି ମୁମ୍ବାଇ । ଏହାସହ ଆଇପିଏଲରେ ସର୍ବାଧିକ ୫ ଥର ଚାମ୍ପିୟନ ହେବାର ରେକର୍ଡ ସୃଷ୍ଟି କରିଛି ମୁମ୍ବାଇ ।
ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ଦଳ ବଡ ସ୍କୋର କରିବାରେ ସଫଳ ହୋଇନଥିଲା । ଦଳ ପକ୍ଷରୁ ଆୟର ୬୫ ଓ ପନ୍ତ ୫୬ ରନ କରିଥିଲେ ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୫୬ ରନ କରିଥିଲା ।
ପରେ ୧୫୭ ରନର ବିଜୟ ଲ କ୍ଷ୍ୟ ନେଇ ମୈଦାନକ ଓହ୍ଲାଇଥିଲା ମୁମ୍ବାଇ । ମୁମ୍ବାଇ ଆରମ୍ଭରୁ ଚମତ୍କାର ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୬୮ ରନ ଇଶାନ କିଷାନ ୩୩ ରନ କରିଥିଲେ ଫଳରେ ଦଳ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।