ସଚିନଙ୍କ ପୁଅକୁ କିଣିଲା ମୁମ୍ବାଇ ଇଣ୍ଡିଆନ୍ସ । ଜାଣନ୍ତୁ କେତେ ଟଙ୍କାରେ ଅର୍ଜୁନ ତେନ୍ଦୁଲକରଙ୍କୁ ଦଳରେ ସାମିଲ କଲା ମୁମ୍ବାଇ ?

5,277

କନକ ବ୍ୟୁରୋ : ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲରେ ଡେବ୍ୟୁ କରିବେ ସଚିନଙ୍କ ପୁଅ । ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ବେସ୍ ପ୍ରାଇସ ୨୦ ଲକ୍ଷ ଟଙ୍କାରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ ।  ଅନ କ୍ୟାପଡ ଖେଳାଳୀ ଭାବେ ଅର୍ଜୁନଙ୍କୁ କିଣିଛି ମୁମ୍ବାଇ । ତେବେ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କ ପାଇଁ ନୂଆ ନୁହେଁ । କାରଣ ପୂର୍ବରୁ ନେଟ୍ସରେ  ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟସମ୍ୟାନଙ୍କୁ ବୋଲିଂ କରି ଆସିଛନ୍ତି ଅର୍ଜୁନ । ଏହାପୂର୍ବରୁ ବାପା ସଚିନ ତେନ୍ଦୁଲକର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିସାରିଛନ୍ତି । ଏପରିକି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ମଧ୍ୟ ରହିଛନ୍ତି ସଚିନ୍ ।

ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଡେବ୍ୟୁ କରିଥିଲେ ଅର୍ଜୁନ । ତେବେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ ଅର୍ଜୁନ । କିନ୍ତୁ ଏମଆଇଜି କ୍ରିକେଟ କ୍ଲବ ପକ୍ଷରୁ ଖେଳି ମାତ୍ର ୩୧ ବଲରେ ୭୭ରନର ବିସ୍ଫୋରକ ଇନିଂସ ଖେଳିଥିଲେ ଅର୍ଜୁନ । ଏହାସହ ୩ଟି ୱିକେଟ ମଧ୍ୟ ହାସଲ କରିଥିଲେ ଅର୍ଜୁନ । ଚଳିତ ଆଇପିଏଲରେ ନିଲାମୀରେ ଦକ୍ଷିଣ ଆଫ୍ରିକାର ଷ୍ଟାର ଅଲରାଉଣ୍ଡର କ୍ରିସ୍ ମୋରିସ ସବୁଠୁ ଅଧିକ ଟଙ୍କାରେ ବିକ୍ରି ହୋଇଛନ୍ତି । ମୋରିସଙ୍କୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଟଙ୍କାରେ କିଣିଥିବା ବେଳେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କୁ ୧୪.୨୫ କୋଟି ଓ କାଇଲ ଜେମିସନଙ୍କୁ ୧୫ କୋଟି ଟଙ୍କାରେ କିଣିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।