ସାରଜାହାରେ ସୁପର ଶୋ’ । ସନରାଇଜର୍ସକୁ ୩୪ ରନରେ ହରାଇଲା ମୁମ୍ବାଇ । ପଏଣ୍ଟ ଟେବୁଲରେ ହାସଲ କଲା ଶୀର୍ଷ ସ୍ଥାନ ।

186

କନକ ବ୍ୟୁରୋ : ଆଜିର ମ୍ୟାଚରେ ଦେଖିବାକୁ ମିଳିଛି ମୁମ୍ବାଇ ଇଣ୍ଡିଆନ୍ସର ସୁପର ଶୋ’ । ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୨୫ ରନରେ ହରାଇଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟ୍ସମ୍ୟାନ ଓ ପରେ ବୋଲରଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ଏହି ମ୍ୟାଚରେ ମୁମ୍ବାଇ ବିଜୟ ହାସଲ କରିଛି । ଏହାସହ ମୁମ୍ବାଇ ୬ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିଛି ।

ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ଟସ୍୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ଆରମ୍ଭରୁ ବଡ ସଟ ଖେଳି ଭଲ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଡିକକ୍୍ ସର୍ବାଧିକ ୬୭ ରନ କରିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଓ ପୋଲାର୍ଡ ଶେଷ ଓଭର ଯାଏଁ ଚମତ୍କାର ବ୍ୟାଟିଂ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୨୦୮ ରନ କରିବାରେ ସକ୍ଷମ ହୋଇଥିଲା ।

ପରେ ୨୦୯ରନ ବିଜୟ ଲ କ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ ଦଳ । ଦଳ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ୱିକେଟ ହରାଇବା ଯୋଗୁଁ ହାଇଦ୍ରାବାଦ ଏହି ମ୍ୟାଚରେ ପରାସ୍ତ ହୋଇଥିଲା । ହାଇଦ୍ରାବାଦ ପକ୍ଷରୁ ୱାର୍ଣ୍ଣର ୬୦, ମନୀଷ ପାଣ୍ଡେ ୩୦ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୭୪ ରନ କରିବାରେ ସକ୍ଷମ ହୋଇଥିଲା ।