ହାଇଦ୍ରାବାଦରେ ଚେନ୍ନାଇକୁ ଚିତ୍ କଲା ମୁମ୍ବାଇ, ଚତୁର୍ଥ ଥର ପାଇଁ ହାତେଇଲା ଆଇପିଏଲ ଟ୍ରଫି ।

316

କନକ ବ୍ୟୁରୋ : ରୋମାଞ୍ଚକର ମ୍ୟାଚରେ ଚେନ୍ନାଇକୁ ଚିତ୍ କରି ଆଇପିଏଲ ୨୦୧୯ର ବାଦଶାହା ହେଲା ମୁମ୍ବାଇ ଇଣ୍ଡିିଆନ୍ସ । ଚତୁର୍ଥ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲା ରୋହିତ୍ ବ୍ରିଗେଡ୍ ମୁମ୍ବାଇ ଇଣ୍ଡିଆନ୍ସ । ଚେନ୍ନାଇ ଠାରୁ ୧ ରନରେ ବିଜୟ ହୋଇ ଚତୁର୍ଥ ଥର ପାଇଁ ଆଇପିଏଲ ତାଜ୍ ପିନ୍ଧିଲା ରୋହିତ୍ ବ୍ରିଗେଡ୍ । ଫାଇନାଲ ଫାଇଟର ହାଇଭୋଲଟେଜ୍ ମ୍ୟାଚରେ ପୁଣିଥରେ ଅଭିଜ୍ଞ ଡେଥ୍ ଓଭର ସ୍ପେଶାଲିଷ୍ଟ ଲାସିଥ୍ ମାଲିଙ୍ଗାଙ୍କ ଘାତକ ବୋଲିଂରେ ବିଜୟ ହାସଲ କରିଛି ମୁମ୍ବାଇ ।

ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ୍ ଫାଇଟରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୮ଟି ୱିକେଟ୍ ହରାଇ ୧୪୯ ରନ୍ କରିବାରେ ସମର୍ଥନ ହୋଇଥିଲା ।

ଜବାବରେ ୧୫୦ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଚେନ୍ନାଇ ଧିମା ବ୍ୟାଟିଂ କରିଥିଲେ ମଧ୍ୟ ୧୬ତମ ଓଭରରେ ଲାସିଥ୍ ମାଲିଙ୍ଗାଙ୍କ ଓଭରରେ ୨୦ ରନ୍ କରି ସେନ୍ ୱାଟସନଙ୍କ ଚେନ୍ନାଇ ପାଇଁ ଏକତରଫା ମ୍ୟାଚ୍ କରିଥିଲେ । ପରେ ବିଶ୍ୱର ନମ୍ବର ୱାନ୍ ବୋଲର ଭାବେ ବୁମରା ନିଜର ଦମଦାର ବୋଲିଂ କରିଥିଲେ । ଏବଂ ଅନ୍ତିମ ଓଭରରେ ମୁମ୍ବାଇ ପୁଣି ଲାସିଥ୍ ମାଲିଙ୍ଗାଙ୍କ ଉପରେ ଭରସା କରିଥିଲା । ଯାହାର ପ୍ରତିଫଳନ ଅନ୍ତିମ ଓଭରରେ ଚେନ୍ନାଇ ୯ ରନ୍ କରିବାରେ ବିଫଳ ହୋଇଥିଲା । ଫଳରେ ଚତୁର୍ଥ ଥର ପାଇଁ ମୁମ୍ବାଇ ଆଇପିଏଲ୍ ତାଜ୍ ପିନ୍ଧିଛି ।