କୋଲକାତାକୁ ମାତ୍ ଦେଲା ମୁମ୍ବାଇ । ବ୍ୟାଟିଂ ବିପର୍ଯ୍ୟୟ ପରେ ହାରିଲା କେକେଆର୍ । ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟର ସ୍ବାଦ ଚାଖିଲା ରୋହିତ ବାହିନୀ ।

131

କନକ ବ୍ୟୁରୋ: ଏକ ରୋମାଞ୍ଚକର ମ୍ୟାଚରେ ଆଜି କୋଲକାତାକୁ ମାତ୍ ଦେଇଛି ମୁମ୍ବାଇ । ପ୍ରଥମ ଇଂନିସରେ ମୁମ୍ବାଇ ୧୫୨ ରନରେ ଅଲଆଉଟ୍ ହେବା ପରେ କୋଲକାତା ଦ୍ବିତୀୟ ଇଂନିସରେ ବିଜୟ ଲକ୍ଷ୍ୟଠୁ ୧୦ ରନ ପଛରେ ପଡିଯାଇଛି ।  କେକେଆର୍ ପକ୍ଷରୁ ଦୁଇ ଓପନର ନିତିଶ ରାଣା ଓ ଶୁଭମନ ଗିଲ ଚମତ୍କାର ବ୍ୟାଟିଂ କରିଥିଲେ ମଧ୍ୟ ଦଳ ଏହି ମ୍ୟାଚରେ ପରାଜୟ ଭାେଗିଛି।

ଆଜି କୋଲକାତା ଅଧିନାୟକ ଇଆନ୍ ମୋର୍ଗାନ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ- ଡି କକ୍ ଯୋଡି ପୁଣିଥରେ ପଡିଆକୁ ଓହ୍ଲାଇଥିଲେ । ହେଲେ ସେତେଟା ସଫଳ ହୋଇପାରିନଥିଲେ । ଡି କକ୍ ଦଳୀୟ ସ୍କୋର ୧୦ ରନ ଥିବାବେଲେ ପ୍ୟାଭିଲିୟନ ଫେରିଥିଲେ ।  ଏହାପରେ ସୂର୍ଯ୍ୟକୁମାର କିଛି ସମୟ ପାଇଁ ରନର ଗତି ଆଗକୁ ବଢାଇଥିଲେ ବି ଦଳ ନିୟମିତ ୱିକେଟ୍ ହରାଇଥିଲା । କୋଲକାତା ପକ୍ଷରୁ ସଫଳ ବୋଲର ଭାବେ ଆନ୍ଦ୍ରେ ରସେଲ ୫ ୱିକେଟ୍ ସଫଳତା ପାଇଥିଲେ । ତାଙ୍କ ସହ ପାଟ୍ କମିନ୍ସ, ସକିବ ଓ ବରୁଣ ଚକ୍ରବର୍ତ୍ତୀ ମଧ୍ୟ ସଫଳତା ପାଇଥିଲେ । ଏବେ ଏହି ମ୍ୟାଚରେ ବିଜୟୀ ହେବାକୁ କୋଲକାତାକୁ ୧୫୩ ରନ କରିବାକୁ ହେବ ।

ଏହାପରେ ବ୍ୟାଟିଂ କରିଥିବା କୋଲକାତା ନିତିଶ ରାଣା ଓ ଶୁଭମନ ଗିଲଙ୍କ ଧୂଆଁଧାର ବ୍ୟାଟିଂ କରିଥିଲେ । ହେଲେ ଏହି ଦୁଇଜଣଙ୍କ ଓ୍ୱିକେଟ୍ ଯିବା ପରେ ଦଳ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଥିଲା । ଶେଷ ଆଡକୁ ବୁମରା ଓ ବୋଲ୍ଟ ଜବରଦସ୍ତ ବୋଲିଂ କରିବା ସହିତ ଦଳକୁ ବିଜୟୀ କରାଇଥିଲେ ।