ମୁମ୍ବାଇ ଏବଂ ପୁଣେରେ ଲଗାଣ ବର୍ଷା ! କାନ୍ଥ ପଡିବା କାରଣରୁ ଗୋଟିଏ ରାତିରେ ୨୧ ଜଣଙ୍କ ମୃତ୍ୟୁ ।

58

ମହାରାଷ୍ଟ୍ରରେ ଲଗାଣ ବର୍ଷା କାରଣରୁ ଅନେକ କ୍ଷୟକ୍ଷତି ହୋଇଛି । ରିପୋର୍ଟ ମୁତାବକ କେବଳ ମହାରାଷ୍ଟ୍ରରେ ମଙ୍ଗଳବାର ରାତିରେ ୩ ଟି ସ୍ଥାନରେ କାନ୍ଥ ପଡି ୨୧ ଜଣଙ୍କ ମୃତ୍ୟୁ ହୋଇଯାଇଛି । କାନ୍ଥ ପଡିବା ଘଟଣା ମଲାଡ ଇଷ୍ଟ, କଲ୍ୟାଣ ଏବଂ ପୁଣେରେ ହୋଇଛି । ମଲାଡ ଇଷ୍ଟରେ ୧୨ , କଲ୍ୟାଣରେ ୩ ଏବଂ ପୁଣେରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହି ଘଟଣା ମଧ୍ୟରାତ୍ରିରେ ଘଟିଛି । ମୃତକଙ୍କ ପାଇଁ ପରିଜନଙ୍କୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ୍ ୫ – ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

 

ପ୍ରଥମ ଘଟଣା : ମହାରାଷ୍ଟ୍ରର ମଲାଡ ଇଷ୍ଟ ପିମ୍ପରି ପାଡାରେ ମୁସଳଧାରାରେ ବର୍ଷା ହେବା କାରଣରୁ କାନ୍ଥ ପଡିଯାଇଥିଲା । ଯେଉଁଥିରେ ୧୨ ଜଣ ଲୋକଙ୍କ ଜୀବନ ଚାଲିଯାଇଥିଲା ଏବଂ ୧୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା ।

ଦ୍ୱିତୀୟ ଘଟଣା : ଲଗାଣ ବର୍ଷା କାରଣରୁ ମହାରାଷ୍ଟ୍ରର କଲ୍ୟାଣରେ ମଧ୍ୟ କାନ୍ଥ ପଡି ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ନ୍ୟାସନାଲ୍ ଉର୍ଦ୍ଧୁ ହାଇ ସ୍କୁଲର କମ୍ପାଉଣ୍ଡର କାନ୍ଥ ପଡିବା କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାରେ ଅନ୍ୟ ୪ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ପୋଲିସ୍ ,ଦମକଳ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଁଚି ଗୁରୁତରଙ୍କୁ ଉଦ୍ଧାର କରିଥିଲେ । ମୃତକଙ୍କ ମଧ୍ୟରେ ୩ ବର୍ଷର ଏକ ଛୋଟ ଝିଅ ମଧ୍ୟ ରହିଛି । ଘଟଣାରେ ଗୁରୁତର ହୋଇଥିବା ଲୋକଙ୍କୁ କଲ୍ୟାଣ ଋଳ୍ମିଣୀ ବାଇ ହସ୍ପିଟାଲ୍ ରେ ଭର୍ତ୍ତୀ କରାଯାଇଛି ।

ତୃତୀୟ ଘଟଣା : ୩ ଦିନ ପୂର୍ବରୁ ଜୋରଦାର ବର୍ଷା ହେବା କାରଣରୁ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା । ଏବେ ଏବେ ୧୫ ଜଣ ଲୋକଙ୍କ ମୃତ୍ୟୁ ଦେଖିଥିବା ପୁଣେ ପୁଣି ମଧ୍ୟରାତ୍ରିରେ ୬ ଜଣଙ୍କ ମୃତ୍ୟୁ ଦେଖିଛି ଯେଉଁଥିରେ ୪ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି । ପୁଣେର ସିଂହଗଡ କଲେଜର କାନ୍ଥ ପଡିବା କାରଣରୁ ଏହି ଦୁଃଖଦ ଘଟଣା ଘଟିଥିଲେ ।