ମୁମ୍ବାଇସ୍ଥିତ ନେଭି ଚିଲଡ୍ରେନ୍ ସ୍କୁଲ ଛାତ୍ରୀଙ୍କ ରେକର୍ଡ । ୭ମ ଶ୍ରେଣୀରେ ପଢୁଥିବା କାମିୟା କାର୍ତ୍ତିକେୟନ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ‘ମାଉଣ୍ଟ ଏକଙ୍କାଙ୍ଗୁଆ’ ଆରୋହଣ କରିଛନ୍ତି । ଏଥି ସହିତ ସେ ବିଶ୍ୱର ସବୁଠାରୁ କନିଷ୍ଠ ବାଳିକା ଭାବେ ବିବେଚିତ ହୋଇଛନ୍ତି । ଏସିଆ ମହାଦେଶ ବାହାରେ ୬୯୬୨ ମିଟର ଉଚ୍ଚତାବିଶିଷ୍ଟ ‘ମାଉଣ୍ଟ ଏକଙ୍କାଙ୍ଗୁଆ’ ହେଉଛି ସବୁଠାରୁ ବଡ ପର୍ବତ ଶୃଙ୍ଗ । ଫେବ୍ରୁଆରି ୧ ତାରିଖ ଦିନ କାମିୟା କାର୍ତ୍ତିକେୟନ୍ ଉକ୍ତ ପର୍ବତ ଶୃଙ୍ଗର ଶିଖରରେ ପହଞ୍ଚି ଭାରତର ଜାତୀୟ ପତାକା ଉଡାଇଛନ୍ତି ।
ପର୍ବତାରୋହଣ ସମୟରେ କାମିୟାଙ୍କୁ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିଛି । ତଥାପି ସେ ପଛଘୁଞ୍ଚା ନଦେଇ ଏଭଳି ରେକର୍ଡ ସୃଷ୍ଟି କରିଛନ୍ତି । ଏଥିପାଇଁ ତାଙ୍କୁ ବର୍ଷ ବର୍ଷ ଧରି ଶାରିରୀକ ଓ ମାନସିକ ପ୍ରସ୍ତୁତି କରିବାକୁ ପଡିଥିଲା । ନିଜକୁ ପ୍ରସ୍ତୁତ କରିବା ପାଇଁ କାମିୟା ଆଡଭେଞ୍ଚର୍ ସ୍ପୋର୍ଟସରେ ନିୟମିତ ଅଂଶ ଗ୍ରହଣ କରିଥାନ୍ତି । ଏହି ବିରଳ କୃତିତ୍ୱ ହାସଲ କରିବାକୁ କାମ୍ୟାଙ୍କୁ ଅନେକ ପ୍ରଶାସନିକ ବାଧାବିଘ୍ନ ଏବଂ ଆରୋହଣକାଳୀନ ପ୍ରତିକୂଳ ପରିସ୍ଥିତର ସମ୍ମୁଖୀନ ହେବାକୁ ପଡ଼ିଛି । କାମିୟା ନିଜ ନାମକୁ ବିଶ୍ୱ ରେକର୍ଡରେ ସାମିଲ୍ କରିଥିବାର ମଧ୍ୟ ଶୁଣିବାକୁ ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/7-3.jpg)
/kanak/media/post_attachments/wp-content/uploads/2020/02/mumbai-girl-300x167.jpg)