କେଉଁଠି ୯,୦୦୦ ନଡିଆରେ ପୂଜା ପାଉଛନ୍ତି ତ ଆଉ କେଉଁଠି ଅନ୍ତରୀକ୍ଷର ଯାତ୍ରା କରୁୁଛନ୍ତି ଗୌରୀନନ୍ଦନ ! ଦେଖନ୍ତୁ ଭିନ୍ନ ବେଶରେ ପୂଜା ପାଉଥିବା ଗଜାନନଙ୍କ ଭବ୍ୟ ମୂର୍ତ୍ତୀକୁ

801

ଆଜି ସମ୍ପୁର୍ଣ୍ଣ ଭାରତରେ ଜୋରସୋରରେ ଗଣେଷ ଚତୁର୍ଥୀ ପାଳନ କରାଯାଉଛି । ଅନେକ ସ୍ଥାନରେ ବାପ୍ପାଙ୍କ ଭବ୍ୟ ଏବଂ ମନମୋହକ ମୂର୍ତ୍ତୀର ସ୍ଥାପନା କରାଯାଇଛି । କେଉଁଠାରେ ଲମ୍ବୋଦରଙ୍କ ଇକୋ ଫ୍ରେଣ୍ଡଲୀ ମୂର୍ତ୍ତୀ ସ୍ଥାପନା କରାଯାଇଥିବା ବେଳେ ଅନ୍ୟ କେଉଁଠି ସିଦ୍ଧିବିନାୟକ ମଣ୍ଡପରେ ବିଜ୍ଞାନ ଏବଂ ଜ୍ଞାନକୌଶଳର ସନ୍ଦେଶ ଦିଆଯାଇଛି । ଚଳିତବର୍ଷ ବାଙ୍ଗାଲୋରର ଗଣେଷ ମୂର୍ତ୍ତୀର ଚର୍ଚ୍ଚା ଅଧିକ କରାଯାଉଛି । ବାଙ୍ଗାଲୋରର ନଡିଆରେ ପ୍ରସ୍ତୁତ ଗଣେଷ ମୂର୍ତ୍ତୀ ଖୁବ୍ ସୁନ୍ଦର ହୋଇଛି । ସେପ୍ଟେମ୍ବର ୨ ତାରିଖ ବିଶ୍ୱ ନଡିଆ ଦିବସ ହେବା ସହ ଗଣେଷ ଚତୁର୍ଥୀ ଥିବାରୁ ଏହି ଦିବସରେ ଗଣେଷ ପୂଜାରେ ନଡିଆରେ ଗଣେଷ ମୂର୍ତ୍ତୀ ପ୍ରସ୍ତୁତ କରାଯାଇଛି ।

ଗଣେଷ ଚତୁର୍ଥୀ ଅବସରରେ ବାଙ୍ଗାଲୋରର ପୁଟେଗଲ୍ଲୀ ଗଣେଷ ମନ୍ଦିର ପାଖରେ ନଡିଆ ଗଣେଷ ମୂର୍ତ୍ତୀ ପ୍ରସ୍ତୁତ କରାଯାଇଛି । ଏହି ମୂର୍ତ୍ତୀକୁ ପ୍ରସ୍ତୁତ କରିବା ପାଇଁ ମୋଟ ୯,୦୦୦ ନଡିଆର ବ୍ୟବହାର କରାଯାଇଛି । ଏହି ମୂର୍ତ୍ତୀର ଉଚ୍ଚତା ୩୦ ଫୁଟ୍ ବୋଲି କୁହାଯାଉଛି । କୁହାଯାଉଛି ଏହି ନଡିଆ ଗଣେଷ ପ୍ରସ୍ତୁତି ପାଇଁ ୨୦ ଦିନ ସମୟ ଲାଗିଥିଲା । ଏହା ଉପରେ କାମ କରୁଥିବା ୭୦ ଜଣ ଲୋକ ଇକୋ ଫ୍ରେଣ୍ଡଲି ଗଣେଷ ମୂର୍ତ୍ତୀ ପ୍ରସ୍ତୁତ କରିଛନ୍ତି । ମନ୍ଦିରକୁ ସଜାଇବା ପାଇଁ ନଡିଆ ଛଡା ୨୦ ରୁ ଅଧିକ ପ୍ରକାର ପରିବାର ବ୍ୟବହାର କରାଯାଇଛି ।

ଆମେ ଯଦି ମାୟାନଗରୀ ମୁମ୍ବାଇର କଥା କହିବା ତେବେ ଏଠାକାର ବିଶାଳ ଏବଂ ପ୍ରସିଦ୍ଧ ମୂର୍ତ୍ତୀ ଲାଲବାଗ୍ ର ରାଜାଙ୍କ ପେଣ୍ଡାଲ୍ ବି କୌଣସି ଆକର୍ଷଣ ଠାରୁ କିଛି କମ୍ ନୁହଁ । ଚଳିତ ବର୍ଷ ଲାଲବାଗ୍ ରାଜାଙ୍କ ମଣ୍ଡପ ଚନ୍ଦ୍ରଯାନ-୨ ଥିମ୍ ରେ ପ୍ରସ୍ତୁତ କରାଯାଇଛି । ଏହାକୁ ଦେଖିଲେ ଏଭଳି ପ୍ରତୀତ ହେଉଛି ଯେ ପ୍ରଭୁ ଶ୍ରୀ ଗଜାନନ ଅନ୍ତରୀକ୍ଷରୁ ତଳକୁ ଓହ୍ଲାଇ ଆସିଛନ୍ତି । ମଣ୍ଡପରେ ଅନ୍ତରୀକ୍ଷ ଯାତ୍ରୀଙ୍କ ଠାରୁ ଆରମ୍ଭ କରି ଅନ୍ତରୀକ୍ଷଯାନ ମଧ୍ୟ ନଜର ଆସୁଛି ।