ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା ଧରାପୃଷ୍ଠକୁ ଆଗମନ କରିବେ ଗୌରୀନନ୍ଦନ । ଗଜାନନଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ଗାଁ ଏବଂ ସହରର  ପେଣ୍ଡାଲ ମାନଙ୍କରେ ଜୋରସୋରରେ ଚାଲିଲାଣି ସଜବାଜ । ତେବେ ଗଣେଷ ପୁଜା ପାଇଁ ପ୍ରସିଦ୍ଧ ମୁମ୍ବାଇ ସହର ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ସାରା ବିଶ୍ୱରେ ପ୍ରସିଦ୍ଧ ମୁମ୍ବାଇର ଲାଲବାଗ୍ ରାଜାଙ୍କ ପ୍ରଥମ ଛବି ସାମ୍ନାକୁ ଆସିଯାଇଛି ।

Advertisment

publive-image

ପ୍ରତିଥର ଭଳି ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଶ୍ୱର ବିଶାଳକାୟ ଗଣେଷ ମୂର୍ତ୍ତୀ ଲାଲବାଗ୍ ରାଜାଙ୍କ ଭବ୍ୟ ସ୍ୱାଗତକୁ ଏଥର ମଧ୍ୟ ମୁମ୍ବାଇବାସୀ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତବର୍ଷ ବିଶାଳ ବିନାୟକଙ୍କ ଚାରିପଟେ ଅନ୍ତରୀକ୍ଷ ଯାତ୍ରୀ ବୁଲୁଥିବା ନଜର ଆସିବେ । ଚନ୍ଦ୍ରଯାନ-୨ କୁ ଆଖିଆଗରେ ରଖି ଏଭଳି ଥିମ୍ ରେ ମୂର୍ତ୍ତୀ ପ୍ରସ୍ତୁତ ହୋଇଥିବା କଥା କୁହାଯାଉଛି । ଲାଲବାଗ୍ ରାଜାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ଆସୁଥିବାରୁ ଶ୍ରୀଗଣେଶଙ୍କ ପ୍ରତିମାକୁ ବିଶାଳକାୟ ପ୍ରସ୍ତୁତ କରାଯାଇଥାଏ ଯେଭଳି ଦୂରରୁ ରହି ମଧ୍ୟ ଶ୍ରଦ୍ଧାଳୁ ଗଣପତୀଙ୍କ ଦର୍ଶନ କରିପାରିବେ ।