କନକ ବ୍ୟୁରୋ : ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଏକ ୬୦ ମହଲା କୋଠାରେ ନିଆଁ ଲାଗିଛି । ଏହି ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛି । ଏହି ଘଟଣା ମୁମ୍ବାଇର ମାଧବ ପଲବ ମାର୍ଗ ନିକଟରେ ହୋଇଛି । କରୀ ରୋଡ ଅଞ୍ଚଳରେ ଥିବା ଅବିଧ୍ୟାନ ପାର୍କ ବିଲ୍ଡିଂର ୧୯ ମହଲାରେ ନିଆ ଲାଗିଛି । ଏହି ନିଆଁ ଦାଉରୁ ରକ୍ଷା ପାଇବାକୁ ଲୋକମାନେ କିଏ ବାଲକୋନୀରେ ଝୁଲି ରହିଛି ତ କିଏ ତଳକୁ ଡିଆଁ ମାରୁଥିବାର ଚିତ୍ର ଦେଖିବାକୁ ମିଳିଛି ।

Advertisment

ସୂଚନା ମୁତାବକ ମୁମ୍ବାଇ କରୀ ରୋଡରେ ଅବିଧ୍ୟାନ ପାର୍କ ବିଲ୍ଡିଂଟି ୬୦ ମହଲା ବିଶିଷ୍ଟ । କୋଠାର ୧୯ ମହଲାରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ଏହି ନିଆଁ ତୀବ୍ର ଗତିରେ ଅନ୍ୟ ମହଲାକୁ ବ୍ୟାପୁଥିବା ଦେଖିବାକୁ ମିଳିଛି । ହେଲେ ନିଆଁରେ ପୋଡି କେହି ମୃତାହତ ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ ।