ମୁମ୍ବାଇର ବାନ୍ଦ୍ରା ସ୍ଥିତ ଏମଟିଏନଏଲ୍ ବିଲଡିଙ୍ଗରେ ଲାଗିଲା ନିଆଁ ! ଫସିରହିଛନ୍ତି ୧୦୦ ରୁ ଅଧିକ ଲୋକ ।

109

ମୁମ୍ବାଇର ବାନ୍ଦ୍ରା ସ୍ଥିତ ମହାନଗର ଟେଲିଫୋନ୍ ନିଗମ ଲିମିଟେଡ୍ (ଏମଟିଏନଏଲ) ଅଟ୍ଟାଳିକାରେ ସୋମବାର ଭୀଷଣ ନିଆଁ ଲାଗିଛି । ଉଦ୍ଧାର କାର୍ଯ୍ୟ ପାଇଁ ଦମକଳ ବିଭାଗର ୧୪ ଟି ଗାଡି ନିଆଁ ଲାଗିଥିବା ସ୍ଥାନରେ ପହଁଚିଥିଲେ । ଉଦ୍ଧାରକାରୀ ଦଳ ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ତେବେ ଏ ପର୍ଯ୍ୟନ୍ତ ଲୋକଙ୍କ ଆହତ ହେବା ଭଳି କିଛି ଖବର ଆସିନାହିଁ । କିନ୍ତୁ ବିଲଡିଙ୍ଗର ଯେଉଁ ଛାତରେ ନିଆଁ ଲାଗିଥିଲା ଉକ୍ତ ସ୍ଥାନରେ ୧୦୦ ଜଣ ଲୋକ ଫସିଥିବାର ଖବର ଆସୁଛି । ସୁଚନା ମୁତାବକ ବିଲଡିଙ୍ଗର ତୃତୀୟ ଏବଂ ଚତୁର୍ଥ ମହଲାରେ ନିଆଁ ଲାଗିଛି । ବିଲଡିଙ୍ଗରେ ନିଆଁ ଲାଗିଥିବା ସମୟରେ ଲୋକମାନେ ଅଫିସରେ କାମ କରୁଥିଲେ । ଦୌଡାଦୌଡିରେ ୧୦୦ ରୁ ଅଧିକ ଲୋକ ଫସିଥିବା ଅନୁମାନ କରାଯାଉଛି ।