ମୁମ୍ବାଇ : ଗୋଦାମରେ ଲାଗିଲା ଭୀଷଣ ନିଆଁ , ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ୭ ଟି ଦମକଳ ବାହିନୀ

ମୁମ୍ବାଇ : ଗୋଦାମରେ ଲାଗିଲା ଭୀଷଣ ନିଆଁ , ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ୭ ଟି ଦମକଳ ବାହିନୀ

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଗୋରେଗାଓଁ ଅଞ୍ଚଳର ଏକ ଗୋଦାମରେ ଭୀଷଣ ନିଆଁ ଲାଗିିଛି । ଗୋରେଗାଓଁର ରାମମନ୍ଦିର ପାଖ ସ୍ଥିତ ସୋମାନୀ ଇଣ୍ଡଷ୍ଟ୍ରିୟାଲ୍ ଏଷ୍ଟେଟରେ ଗୁରୁବାର ରାତି ୩ ଟାରୁ ସାଢେ ୩ ଟା ସମୟ ଭିତରେ ଭୀଷଣ ନିଆଁ ଲାଗିଥିଲା । କିଛି ସମୟ ଭିତରେ ଚାରିଆଡେ କଳା ଧୂଆଁ ଏବଂ ଭୀଷଣ ନିଆଁ ଖେଳିଯାଇଥିଲା । ଘଟଣାସ୍ଥଳରେ ୭ ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଲାଇଛନ୍ତି । ଅଗ୍ନିକାଣ୍ଡ ଘଟିଥିବା ସ୍ଥାନର ଆଖପାଖରେ ବସ୍ତି ଏବଂ କଲୋନୀ ରହିଛି କିନ୍ତୁ ଏଥିରେ କାହାର ଆହାତ ହେବାର ସୂଚନା ଏଯାଏଁ ମିଳିନାହିଁ ।

କୁହାଯାଉଛି , ସୋମାନୀ ଇଣ୍ଡଷ୍ଟ୍ରିୟାଲ୍ ଏଷ୍ଟେଟ ଭିତରର କ୍ୟାମିକାଲ୍ ଟ୍ୟାଙ୍କରେ ଏହି ବ୍ଲାଷ୍ଟ୍ ହୋଇଥିଲା । ଯେଉଁଥିପାଇଁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe