ଆରୟନ ଖାନ ଡ୍ରଗ୍ସ ମାମଲା : ସମୀର ୱାଖଂଡେଙ୍କ ଉପରେ ଲାଂଚ ଅଭିଯୋଗ ପରେ ସାମ୍ନାକୁ ଆସିଲେ ପତ୍ନୀ, କହିଲେ ଏମିତି କଥା

344

କନକ ବ୍ୟୁରୋ : କ୍ରୁଜ ଡ୍ରଗ୍ସ ମାମଲାକୁ ନେଇ ଆରୟନ ଖାନ ଯେତେ ଚର୍ଚ୍ଚାରେ ନାହାଁନ୍ତି ତା ଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇ ନିର୍ଦ୍ଦେଶକ ସମୀର ୱାଖଂଡେ । ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ୱାଖଂଡେଙ୍କ ଜାତଗତ ପ୍ରମାଣପତ୍ର ମିଥ୍ୟା ବୋଲି ଅଭିଯୋଗ କରିବା ପରେ ଏହାକୁ ନେଇ ମୁହଁ ଖୋଲିଛନ୍ତି ସମୀରଙ୍କ ପତ୍ନୀ କ୍ରାନ୍ତି ।

କ୍ରାନ୍ତି କହିଛନ୍ତି କି ମୋ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣୁଥିବା ଲୋକ କୋର୍ଟକୁ ଯାଆନ୍ତୁ । ଆମେ କୋଟିପତି ନୁହେଁ ବରଂ ସାଧାରଣ ଲୋକ । ମୋ ସ୍ୱାମୀ ଜଣେ ସଚ୍ଚୋଟ ଅଫିସର ଓ ଅନେକ ଲୋକ ଚାହୁଁଛନ୍ତି କି ଆରୟନ ମାମଲାରୁ ମୋ ସ୍ୱାମୀଙ୍କୁ ହଟାଇ ଦିଆଯାଉ ।

ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ଦ୍ୱାରା କଥିତ ରୂପେ ଏନସିବି ଅଧିକାରୀଙ୍କୁ ଏକ ଚିଠି ସେୟାର କରିବା ମାମଲାରେ କ୍ରାନ୍ତି କହିଛନ୍ତି କି ଏଭଳି ଚିଠିରେ କୌଣସି ସତ୍ୟତା ନଥାଏ । ମୋ ସ୍ୱାମୀ କେବେ ଏଭଳି କାମ କରିପାରିବେ ନାହିଁ । ଏଭଳି ଅଭିଯୋଗକୁ ସେ ବରଦାସ୍ତ କରିବେ ନାହିଁ ବୋଲି ଜାତୀୟ ଗଣମାଧ୍ୟମକୁ କହିଛନ୍ତି ।

କହିରଖୁ କି ଆରୟନ ଖାନ ଡ୍ରଗ୍ସ ମାମଲାରେ ଏବେ ଭିନ୍ନ ଭିନ୍ନ ଦିଗ ଉଜ୍ଜିବୀତ ହେବାରେ ଲାଗିଛି । ମହାରାଷ୍ଟ୍ରମନ୍ତ୍ରୀ ନୱାବ ମଲ୍ଲିକ ସୀମର ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରୀ କରିଥିବା ଅଭିଯୋଗ କରିବା ସହ ଏହି ମାମଲାରେ ୨୫ କୋଟି ଟଙ୍କାର ଲାଂଚ କାରବାର ହୋଇଥିବା କଥା ବି ଅନ୍ୟଜଣେ ସାକ୍ଷୀ କହିଛନ୍ତି ।

ଏହାରି ଭିତରେ ଆଉ କିଛି ସମୟ ପରେ ଆରୟନ ଖାନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଆରମ୍ଭ ହେବାକୁ ଯାଉଛି । ଦୁଇ ଦୁଇଥର ଜାମିନ ଆବେଦନ ଖାରଜ ହେବା ପରେ ଆଜି ତୃତୀୟ ଥର ପାଇଁ ଆରୟନଙ୍କ ଓକିଲ ଦ୍ୱାରା କରାଯାଇଥିବା ଜାମିନ ଆବେଦନର ଶୁଣାଣି କରିବେ କୋର୍ଟ ।