କଡ଼ ଲେଉଟିଲା ମହାରାଷ୍ଟ୍ର ରାଜନୀତି । ଶନିବାର ସକାଳେ ମହାରାଷ୍ଟ୍ରରେ ବିଜେପି-ଏନସିପି ମେଣ୍ଟ ସରକାର ହୋଇଛି । ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଦେବେନ୍ଦ୍ର ଫଡନବିସ୍ ଙ୍କୁ ମୁଖ୍ୟମନ୍ତ୍ରୀର ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିଭଳି ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍ ପାୱାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି କହିଛନ୍ତି: ଯଥାକ୍ରମେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ଦେବେନ୍ଦ୍ର ଫଡ଼ନବିସ ଏବଂ ଅଜିତ ପାଓ୍ଵାରଙ୍କୁ ଅଭିନନ୍ଦନ। ମହାରାଷ୍ଟ୍ରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେମାନେ ମନଧ୍ୟାନ ଦେଇ କାର୍ୟ୍ୟ କରିବେ ବୋଲି ମୋର ଭରସା ଅଛି।
Congratulations to @Dev_Fadnavis Ji and @AjitPawarSpeaks Ji on taking oath as the CM and Deputy CM of Maharashtra respectively. I am confident they will work diligently for the bright future of Maharashtra.
— Narendra Modi (@narendramodi) November 23, 2019
ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିପିର ବୈଠକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା ହୋଇପାରିନଥିଲା । ଶୁକ୍ରବାର ବୈଠକ ରେ ଏନସିପି ମୁଖ୍ୟ ଶରଦ ପାୱାର ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା ହୋଇଥିଲା । କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଦେବେନ୍ଦ୍ର ଫଡନବିିସ୍ ମୁଖ୍ୟମନ୍ତ୍ରୀର ବାଜି ମାରିନେଇଛନ୍ତି ।