ଉଡିବା ଲାଗି ବିିମାନରେ ନଥିଲା ଆବଶ୍ୟକୀୟ ଇନ୍ଧନ ! ଲକ୍ଷ୍ନୌରେ ଜରୁରୀ ଅବତରଣ କଲା ଭିସ୍ତାର ବିମାନ

ଉଡିବା ଲାଗି ବିିମାନରେ ନଥିଲା ଆବଶ୍ୟକୀୟ ଇନ୍ଧନ ! ଲକ୍ଷ୍ନୌରେ ଜରୁରୀ ଅବତରଣ କଲା ଭିସ୍ତାର ବିମାନ
କନକ ବ୍ୟୁରୋ : ଖରାପ ପାଗ ଯୋଗୁଁ ଅବତରଣ କରି ନ ପାରି ଦିଲ୍ଲୀ ଆକାଶରେ ଏକ ଘଣ୍ଟାରୁ ଅଧିକ କାଳ ଚକ୍କର୍ କାଟିବା ପରେ ମୁମ୍ବାଇରୁ ୧୫୩ ଜଣ ଯାତ୍ରୀ ନେଇ ଯାଇଥିବା ଭିସ୍ତାରା ବିମାନ ସେଠାରୁ ଲକ୍ଷ୍ନୌ ଓ ଲକ୍ଷ୍ନୌରୁ ପ୍ରୟାଗରାଜ ଯାଇ ପୁଣି ଲକ୍ଷ୍ନୌକୁ ଫେରି ଅବରତଣ କରିଥିଲା। ସେତେବେଳକୁ ବିମାନରେ ଆଉ ମାତ୍ର ୫ ମିନିଟ୍ ଉଡ଼ାଣ ପାଇଁ ଇନ୍ଧନ ଥିବାରୁ ପାଇଲଟ୍ ‘ମେ ଡେ’ ଆଲର୍ଟ ବଜାଇଥିଲେ। ଖରାପ ପାଗ ଯୋଗୁଁ କମ୍ ଦୃଶ୍ୟତା ଥିବାରୁ ଦିଲ୍ଲୀରେ ଅବତରଣ କରାଇ ନ ପାରି ପାଇଲଟ୍ ‘ୟୁକେ୯୪୪’ ବିମାନକୁ ଲକ୍ଷ୍ନୌ ନେଇ ଯାଇଥିଲେ, କିନ୍ତୁ ସେଠାରେ ମଧ୍ୟ ହଠାତ୍ ଦୃଶ୍ୟତା କମିଯିବାରୁ ନିରାପଦ ଅବତରଣ ସମ୍ଭବ ହୋଇ ନ ଥିଲା।

publive-image source :google

ନିକଟବର୍ତ୍ତୀ ବିକଳ୍ପ ବନ୍ଦର ଭାବେ କାନପୁର ଓ ପ୍ରୟାଗରାଜ କଥା ବିଚାର କରି ବିମାନ ପରିଚାରକମାନେ ପ୍ରୟାଗରାଜ ଅଭିମୁଖେ ବିମାନ ନେବାକୁ ସ୍ଥିର କରିଥିଲେ ବୋଲି ଭିସ୍ତାରାର ଜଣେ ମୁଖପାତ୍ର କହିଛନ୍ତି। ପ୍ରୟାଗରାଜ ଯିବା ବାଟରେ ଲକ୍ଷ୍ନୌ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ସୂଚନା ଦେଲେ ଯେ ଲକ୍ଷ୍ନୌର ପାଗରେ ଉନ୍ନତି ଦେଖା ଦେଲାଣି। ସେଠାରେ ଭଲ ସୁବିଧା ଥିବାରୁ କ୍ରୁ’ମାନେ ଲକ୍ଷ୍ନୌ ଫେରିଯିବାକୁ ଠିକ୍ କଲେ।

ଅପରାହ୍ଣ ୩: ୩୦ରେ ମୁମ୍ବାଇରୁ ୧୫୩ ଜଣ ଯାତ୍ରୀଙ୍କୁ ଧରି ବିମାନଟି ଉଡ଼ାଣ ଆରମ୍ଭ କରି ପ୍ରାୟ ସନ୍ଧ୍ୟା ୫ଟା ବେଳେ ଦିଲ୍ଲୀ ନିକଟବର୍ତ୍ତୀ ହୋଇଯାଇଥିଲା। ସନ୍ଧ୍ୟା ପ୍ରାୟ ୫: ୪୫ ମିନିଟରେ ବାଟ ଭାଙ୍ଗି ବିମାନଟି ଲକ୍ଷ୍ନୌ ଅଭିମୁଖେ ଏବଂ ପୁଣି ସେଠାରୁ ୫: ୪୫ରେ ପ୍ରୟାଗରାଜ ଆଡ଼କୁ ଯାଇଥିଲା। ସେଠାରୁ ଫେରି ସନ୍ଧ୍ୟା ୬: ୩୦ରେ ଲକ୍ଷ୍ନୌରେ ଅବତରଣ କରିଥିଲା। ପରେ ରାତି ପ୍ରାୟ ୧: ୦୦ ବେଳେ ସେ ବିମାନଟି ଯାଇ ଦିଲ୍ଲୀରେ ଅବତରଣ କରିଥିଲା। ମୁମ୍ବାଇରୁ ଆସିବା ବେଳେ ବିମାନରେ ଥିଲା ୮, ୫୦୦ କିଲୋ ଇନ୍ଧନ ଏବଂ ଲକ୍ଷ୍ନୌରେ ଅବତରଣ କରିବା ବେଳେ ଥିଲା ମାତ୍ର ୨୦୦ କିଲୋ ଅର୍ଥାତ୍ ମାତ୍ର ୫ ମିନିଟ୍ ଉଡ଼ାଣ ପାଇଁ। ତେଣୁ ବିମାନକୁ ଜରୁରୀ ଅବତରଣ କରାଯାଇଥିବା ନେଇ ସୂଚନା ମିଳିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe