ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା: ଆଜି ବି ଅନନ୍ୟାଙ୍କୁ ଏନସିବିର ଜେରା

61

କନକ ବ୍ୟୁରୋ:  ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଆଜି ପୁଣି ଜେରା କରିବା ପାଇଁ ଅନନ୍ୟା ପାଣ୍ଡେଙ୍କୁ ସମନ୍‌ ଜାରି କରାଯାଇଛି। ଏହାକୁ ଲଗାଇ ‘ଏନ୍‌ସିବି’ ଜେରା ପାଇଁ ଅଭିନେତ୍ରୀ ଅନନ୍ୟାଙ୍କୁ  ତିନି ଥର ସମନ୍‌ ଜାରି କଲାଣି।

 

ପ୍ରଥମେ ଗତ ଗୁରୁବାର ଦିନ ଅନନ୍ୟାଙ୍କୁ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା କରାଯାଇଥିଲା। ପରେ ଗତ ଶୁକ୍ରବାର ଦିନ ମଧ୍ୟ ତାଙ୍କୁ ‘ଏନ୍‌ସିବି’ ପ୍ରାୟ ୪ଘଣ୍ଟା ଧରି ଜେରା କରିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଜେରା ସମୟରେ ‘ଏନ୍‌ସିବି’ ଅଧିକାରୀମାନେ କୌଣସି ପ୍ରମାଣ ପାଇବାରେ ଅସମର୍ଥ ହେବାରୁ ଆଜି ପୁଣି ଥରେ ହାଜର ହେବାକୁ ଅନନ୍ୟାଙ୍କୁ ସମନ୍‌ ଜାରି ହୋଇଛି।

 

ଆର୍‌ୟନ୍‌ ଏବଂ ଅନନ୍ୟାଙ୍କ ମୋବାଇଲ୍‌ ଫୋନ୍‌ରେ ଗଞ୍ଜେଇ ବିଷୟରେ ‘ଚ୍ୟାଟିଙ୍ଗ୍‌’ ହୋଇଥିବା ଜଣାପଡ଼ିବାରୁ ‘ଏନ୍‌ସିବି’ ଅନନ୍ୟାଙ୍କୁ ପଚରାଉଚରା ପାଇଁ ସମନ ପଠାଇଥିଲା।
ସମନ୍‌ ପଠାଇବା ପୂର୍ବରୁ ‘ଏନ୍‌ସିବି’ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଅନନ୍ୟାଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ତଦନ୍ତକାରୀ ଅଧିକାରୀମାନେ ଅନନ୍ୟାଙ୍କର ଗୋଟାଏ ଲ୍ୟାପ୍‌ଟପ୍‌ ଏବଂ ଦୁଇଟି ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରିଥିଲେ। ଏହାପରେ ଅପରାହ୍ଣ ପ୍ରାୟ ୪ଟା ବେଳେ ଅଭିନେତା ପିତା ଚଙ୍କି ପାଣ୍ଡେଙ୍କ ସହ ଅନନ୍ୟା ଯାଇ ‘ଏନ୍‌ସିବି’ କାର୍ଯ୍ୟାଳୟରେ ହାଜର ହୋଇଥିଲେ।