କନକ ବ୍ୟୁରୋ: ଓଟିଡିସି ନାଁରେ ଠକେଇ କରି ଦୁଇ ଜଣ ଗିରଫ । ଭୁବନେଶ୍ୱର ଓ କଟକରୁ ଦୁଇ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଦୁଇ ଠକ ହେଉଛନ୍ତି ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓ ବିଟେକ ଇଞ୍ଜିନିୟର ଚନ୍ଦନ ଆକାଶ ମହାନ୍ତି । ନିଜକୁ ଓଟିଡିସିର ଚେୟାରମ୍ୟାନ ଓ ଆସିଷ୍ଟାଣ୍ଟ ମ୍ୟାନେଜରର ପରିଚୟ ଦେଇ ସ୍ପେଶାଲ କ୍ଲାସ କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତିରାୟଙ୍କ ଠାରୁ ୩ କୋଟି ଟଙ୍କା ଠକେଇ କରିଥିଲେ । ଓଟିଡିସି ନାଁରେ ମିଛ ୱାର୍କ ଅର୍ଡରରେ ଜାଲ ସିଲ ଓ ଦସ୍ତଖତ କରି କଣ୍ଟ୍ରାକ୍ଟର ଧନୁର୍ଦ୍ଧର ଚମ୍ପତି ରାୟଙ୍କୁ ଦେଇଥିଲେ । ଆଉ ଡିପୋଜିଟ ଆକାରରେ ୩ କୋଟି ଟଙ୍କା ଠକି ନେଇଥିଲେ । ଏହା ଜାଣିବା ପରେ ଓଟିଡିସି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା ।
ଓଟିଡ଼ିସି ନାଁରେ ଠକେଇ କରି ଗିରଫ ହେଲେ ୨ଜଣ । ଆତ୍ମଘୋଷିତ ବାବା ବିଜୟାନନ୍ଦ ଚୌଧୁରୀ ଓ ବିଟେକ୍ ଇଂଜିନିୟର ଚନ୍ଦନ ଆକାଶ ମହାନ୍ତିଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।
/kanak/media/post_attachments/wp-content/uploads/2021/08/20-25.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)