କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣା । ଦୁଇ ଓଡିଆ ଯୁବକଙ୍କୁ ମିଳିଲା ବେଲ୍

224

କନକ ବ୍ୟୁରୋ : କ୍ରୁଜ ଡ୍ରଗ୍ସ ପାର୍ଟିରେ ସାମିଲ ଥିବା ଦୁଇ ଓଡିଆ ଯୁବକଙ୍କୁ ମିଳିଲା ଜାମିନ୍ । ସ୍ପେଶାଲ ଏନଡିପିଏସ କୋର୍ଟ ଦୁଇ ଜଣଙ୍କ ଜାମିନ ମଞ୍ଜୁର କରିଛନ୍ତି । ଏହି ମାମଲାରେ ଏମାନଙ୍କ ପ୍ରଥମ ଅଭିଯୁକ୍ତ ଭାବେ ବେଲ୍ ମିଳିଛି । ଗିରଫ ହୋଇଥିବା ରାଉରକେଲାର ଅଭିନ ସାହୁଙ୍କ ଠାରୁ କୌଣସି ଡ୍ରଗ୍ସ ମିଳିନଥିଲା, କିନ୍ତୁ ମନିଷ ରାଜଗରିଆଙ୍କ ନିକଟରୁ ୨ ଦଶମିକ ୪ ଗ୍ରାମ ଗଞ୍ଜେଇ ଜବତ କରିଥିଲା ଏନସିବି । ଏବଂ ଅଭିନ୍ କ୍ରୁଜରେ ୨ ଥର ଗଞ୍ଜେଇ ଟାଣିଥିବା ଏନ୍ସିବି ଆଗରେ ସ୍ୱୀକାର କରିଥିଲେ ।

ଏହି ଦୁଇ ଓଡିଆ ଯୁବକ କ୍ରୁଜରେ ଚାଲିଥିବା ଆଉ ଏକ ବାଚଲର ପାର୍ଟିରେ ସାମିଲ ଥିଲେ । ଶାହାରୁଖ ଖାନଙ୍କ ପୁଅ ଆରୟନ ସାମିଲ ହୋଇଥିବା ପାର୍ଟିରେ ଯୋଗ ଦେଇନଥିଲେ । ହେଲେ, ଅନ୍ୟମାନେ ପଳାଇଯାଇଥିବା ବେଳେ ଏମାନେ କ୍ରୁଜ୍ରେ ଆୟୋଜିତ ଆଉ ଏକ ପାର୍ଟିରେ ସାମିଲ ଥିବା ଆରୟନଙ୍କ ସହ ସେଲଫି ଉଠାଇବା ପାଇଁ ରହିଯାଇଥିଲେ । ଏନସିବି ଅଧିକାରୀ ଏହି ସମୟରେ ଚଢ଼ାଉ କରିବାରୁ ସେମାନଙ୍କୁ ଗିରଫ କରାଯାଇଥିବା କହିଥିଲେ ଅଭିନଙ୍କ ବାପା । ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରିଛି ଏନସିବି ।