ଆଇପିଏଲ ମହାସମର ! ମୁମ୍ବାଇ ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଚେନ୍ନାଇ ସୁପରକିଙ୍ଗସ ।

Advertisment
ଆଇପିଏଲ ମହାସମର ! ମୁମ୍ବାଇ ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଚେନ୍ନାଇ ସୁପରକିଙ୍ଗସ ।

image courtesy - http://english.samajalive.in

ମୁମ୍ବାଇ ଇଣ୍ଡିଆନସକୁ ୧୭୦ ରନ୍ ବିଜୟ ଲକ୍ଷ୍ୟ ଦେଇଛି ଚେନ୍ନାଇ ସୁପର କିଙ୍ଗସ୍ । ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆଇପିଏଲର ୧୧ତମ ସଂସ୍କରଣର ୨୭ ତମ ମ୍ୟାଚରେ ଚେନ୍ନାଇ ୨୦ ଓଭରରେ ୫ଟି ଓ୍ଵିକେଟ ହରାଇ ୧୬୯ ରନ୍ ସଂଗ୍ରହ କରିଛି। ଏଥିରେ ସୁରେଶ ରୈନାଙ୍କ ଅପରାଜିତ ୭୫ ରନ୍ ଓ ମହେନ୍ଦ୍ର ସିଂହ ଧୋନିଙ୍କ ୨୬ ରନ୍ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି।

ମୁମ୍ବାଇ ଇଣ୍ଡିଆନସର ବୋଲିଂ ପ୍ରଭାବ ଆରମ୍ଭରୁ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ବ୍ୟାଟସମ୍ୟାନ୍ ସେନ୍ ଓ୍ଵାଟସନ୍ ଆୟୋଜକ ଟିମକୁ ପ୍ରଥମ ଝଟକା ଦେଇଥିଲେ। କୃଣାଲ ପାଣ୍ଡ୍ୟାଙ୍କ ବଲକୁ ଓ୍ଵାଟସନ୍(୧୨), ମୟଙ୍କ ମାର୍କଣ୍ଡେୟଙ୍କ ହାତରେ କ୍ୟାଚ୍ କରାଇଥିଲେ। ୧୨ ଓଭରରେ ଚେନ୍ନାଇକୁ ଦ୍ୱିତୀୟ ଝଟକା ଲାଗିଥିଲା।

publive-image

କୁର୍ଣ୍ଣାଲ ପାଣ୍ଡ୍ୟାଙ୍କ ବଲ ବେନ୍ କଟିଙ୍ଗଙ୍କୁ କ୍ୟାଚ୍ ଦେଇଥିଲେ ଅମ୍ବାତି ରାୟଡୁ(୪୬)। ସେ ୩୫ ଟି ବଲ ଖେଳି ୨ଟି ଚୌକା ଓ ୪ଟି ଛକା ମାରିଥିଲେ। ଆଉଟ୍ ହେବା ପୂର୍ବରୁ ସେ ସୁରେଶ ରୈନାଙ୍କ ସହିତ ୭୧ ରନ୍ ଭାଗିଦାରି ହୋଇ ପାରିଥିଲେ। ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନସର ଅଧିନାୟକ ରୋହିତ ଶର୍ମା ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଚେନ୍ନାଇ ସୁପର କିଙ୍ଗସ୍ ବ୍ୟାଟିଂ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe