କନକ ବ୍ୟୁରୋ: ଚାଲିଛି ଆଇପିଏଲ ୨୦୨୨ ପାଇଁ ନିଲାମ । ଆଉ ଦ୍ୱିତୀୟ ଦିନରେ ବି ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରୁଛନ୍ତି ଫ୍ରାଞ୍ଚାଇଜ । ଆଉ ଏହାରି ଭିତରେ ଚର୍ଚ୍ଚାରେ ରହିଛନ୍ତି ଇଂଲଣ୍ଡ ବୋଲର ଜୋଫ୍ରା ଆର୍ଚର । କାରଣ ତାଙ୍କୁ ଆଜି ମୁମ୍ବାଇ ୮ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି । ଜୋଫ୍ରାଙ୍କ ପାଇଁ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟ ନିଲାମ ଡାକିଥିଲେ । ହେଲେ ମୁମ୍ବାଇ ଏଥିରେ ବାଜି ମାରିନେଇଥିଲା ।
ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏଥର ଆଇପିଏଲ ଖେଳିବେନି ଜୋଫ୍ରା ଆର୍ଚର । ଜୋଫ୍ରା ଗତ ବର୍ଷ ମଧ୍ୟ ଆଇପିଏଲ ଖେଳିନଥିଲେ । ଆହତ ସମସ୍ୟା ଯୋଗୁଁ ସେ ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହୁଛନ୍ତି । ଗତ ବର୍ଷ ତାଙ୍କ ଡାହାଣା ହାତ କହୁଣୀରେ ଅପରେସନ ହୋଇଥିଲା । ସେବେଠାରୁ ସେ ଫିଟନେସ ପାଇଁ ପ୍ର୍ୟାସ ଜାରି ରଖିଛନ୍ତି ।
ଆଇପିଏଲରେ ଜୋଫ୍ରାଙ୍କ ଜବରଦସ୍ତ ରେକର୍ଡ ରହିଛି । ସେଥିପାଇଁ ମୁମ୍ବାଇ ତାଙ୍କ ଉପରେ ଖୋଲିକି ଟଙ୍କା ବର୍ଷା କରିଥିଲା । ଏହା ସହ ସେ ବ୍ୟାଟିଂରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ବିଜୟ ଦେବାର ଦକ୍ଷତା ରଖୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/8-18.jpg)