ଦିଲ୍ଲୀକୁ ମାତ୍ ଦେଇ ଫାଇନାଲରେ ମୁୁମ୍ବାଇ : ପ୍ରଥମ କ୍ୱାଲିଫାୟର ମ୍ୟାଚକୁ ୫୭ ରନରେ୍ ଜିତିଲା ରୋହିତ ବାହିନୀ; ସେପଟେ ଆଜି ଏଲିମିନେଟର ମ୍ୟାଚରେ ବାଙ୍ଗାଲୋର- ହାଇଦ୍ରାବାଦ ଟକ୍କର

147

କନକ ବ୍ୟୁରୋ : ମୁମ୍ବାଇକୁ ଫାଇନାଲ ଟିକେଟ । ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନ୍ରେ ହରାଇ ଚାରିଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଷଷ୍ଠ ଥର ପାଇଁ ଫାଇନାଲକୁ ପ୍ରବେଶ କରିଛି । ଉଭୟ ବ୍ୟାଟ ଓ ବଲ୍ରେ ମୁମ୍ବାଇ ଦଳ ଚମକ୍ରାର ଖେଳ ପ୍ରଦର୍ଶନ କରଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ଇଣ୍ଡିଆନ୍ସ ଟିମ୍ ୫ ୱିକେଟରେ ୨୦୦ ରନ୍ ସ୍କୋର କରିଥିଲା ।

୨୦୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲସ୍ ୮ ୱିକେଟରେ ୧୪୩ ରନ୍ ସ୍କୋର କରିପାରିଥିଲା । ଦଳୀୟ ସ୍କୋର ଶୂନରେ ତିନି ପ୍ରମୁଖ ବ୍ୟାଟସ୍ ମ୍ୟାନଙ୍କୁ ହରାଇ ଦିଲ୍ଲୀ ଆରମ୍ଭରୁ ଚାପରେ ପଡିଥିଲା । ଏହା ପରେ ମୁମ୍ୱାଇ ବୋଲର କ୍ରମାଗତ ୱିକେଟ୍ ଦଖଲ କରି ଚାପରେ ରଖିଥିଲେ । ପରାଜୟ ସତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ ଖେଳିବା ପାଇଁ ଏବେ ଦ୍ୱିତୀୟ ସୁଯୋଗ ପାଇବ ।

ରବିବାର ଦ୍ୱିତୀୟ କ୍ୱାଲିଫାୟର୍ସରେ ହାଇଦ୍ରାବାଦ କିମ୍ବା ବାଙ୍ଗାଲୋର ଦଳକୁ ଭେଟିବ ଦିଲ୍ଲୀ କ୍ୟାପିଟାଲସ । ଆଜି ଏଲିମିନେଟର ୧ ମ୍ୟାଚରେ ଆବୁଧାବୀରେ ହାଇଦ୍ରାବାଦ ଓ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ଏହି ମ୍ୟାଚର ବିଜୟୀ ଦଳ ସହିତ ଦିଲ୍ଲୀ କ୍ୟାପିଟାଲସର ମୁକାବିଲା ହେବ । ବିଜୟୀ ଦଳ ଫାଇନାଲରେ ଭେଟିବ ମୁମ୍ୱାଇକୁ । ଏହି ମ୍ୟାଚ୍ ନଭେମ୍ୱର ୧୦ ତାରିଖରେ ଖେଳାଯିବ ।