କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ନିଶା କାରବାର ବଢିବାରେ ଲାଗିଛି । ପ୍ରଥମେ ମୁନ୍ଦ୍ରା ବନ୍ଦର, ପରେ କ୍ରୁଜ ସିପ ଓ ଆଜି ମୁମ୍ବାଇର ଜଣେ ମହିଳାଙ୍କ ଠାରୁ ୨୧ କୋଟି ଟଙ୍କାର ୭ କେଜି ଡ୍ରଗ୍ସ ମିଳିବା ପରେ ଭାରତ ଏକ ନିଶାର ହବ୍ ହେବାକୁ ଯାଉଥିବା ଆଶଂକା କରାଯାଉଛି ।
ମହାରାଷ୍ଟ୍ରରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ଏଣ୍ଟି ନାରକୋଟିକ୍ ସେଲ ବୁଧବାର ଦିନ ଏକ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ସେଲ ତରଫରୁ ମୁମ୍ବାଇର ସାୟନ ଅଞ୍ଚଳରେ ଚଢାଉ କରାଯାଇ ୨୧ କୋଟି ଟଙ୍କାର ୭ କେଜି ହେରୋଇନ୍ ଜବତ କରିଛି । ଏହାସହ ଏହି ହେରୋଇନ କାରବାରରେ ସଂପୃକ୍ତ ଜଣେ ମହିଳାଙ୍କୁ ବି ଗିରଫ କରିବାରେ ସଫଳ ହୋଇଛି ଏହି ସେଲ୍ । ଏବେ ମହିଳା ଜଣଙ୍କୁ ପୋଲିସ ନିଜ ହେପାଜତକୁ ନେଇ ପଚରା ଉଚରା ଚଳାଇଛି । ଗିରଫ ହୋଇଥିବା ମହିଳା ଜଣଙ୍କ ମାନଖୁଦ ଅଞ୍ଚଳର ଅମିନା ହମଜା ଶେଖ ଓରଫ ଲାଲି ବୋଲି ପରିଚୟ ମିଳିଛି ।
ମୁମ୍ବାଇ ଏଏନସିର ଜଣେ ଅଧିକାରୀଙ୍କ କହିବା ମୁତାବକ ଜବତ ହୋଇଥିବା ହେରୋଇନ ଅନ୍ୟ କିଛି ବେପାରୀଙ୍କୁ ଦେବା ସହ ଗ୍ରାହକମାନଙ୍କୁ ବିକ୍ରି କରିବାକୁ ଅଣାଯାଇଥିଲା । ଅଧିକାରୀ ଜଣଙ୍କ କହିଛନ୍ତି କି ଏହା ପୂର୍ବରୁ ୨୦୧୫ ଓ ୨୦୧୮ ରେ ଲାଲିକୁ ପ୍ରତିବନ୍ଧିତ ଔଷଧ କାରବାର ଅଭିଯୋଗରେ ଗିରଫ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/new-project-2021-10-06t165713.525-202110701039_202110259627.jpg)