ମୁମ୍ବାଇ ଏୟାରପୋର୍ଟରେ ଟଳିଲା ବଡ଼ ଧରଣର ଅଘଟଣ ! ଟେକ୍ ଅଫ୍ କରୁଥିବା ବେଳେ ରନୱେ ପାର୍ କଲା ବାୟୁସେନାର ବିମାନ

248

ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ମଙ୍ଗଳବାର ରାତିରେ ଏକ ବଡ ଧରଣର ଦୂର୍ଘଟଣା ହେବାରୁ ଟଳିଯାଇଛି । ମୁମ୍ବାଇ ଏୟାରପୋର୍ଟରେ ଭାରତୀୟ ବାୟୁସେନାର ଏକ ବିମାନ ଓଭରରନ୍ କରିଥିଲା । ଏହି ବିମାନ ମୁମ୍ବାଇ ରୁ ବାଙ୍ଗାଲୋର୍ ପାଇଁ ଉଡାଣ ଭରୁଥିଲା । ତେବେ ଏହି ଦୂର୍ଘଟଣାରେ ପାସେଞ୍ଜର କିମ୍ବା ବିମାନ କର୍ମଚାରୀ ସମ୍ପୁର୍ଣ୍ଣ ସୁରକ୍ଷିତ ଅଛନ୍ତି । କିନ୍ତୁ ଏହାଦ୍ୱାରା ୫୦ ଟି ବିମାନ ପ୍ରଭାବିତ ହୋଇଛନ୍ତି । ଏୟାରପୋର୍ଟ ଅଥୋରିଟିଙ୍କ ତରଫରୁ ଏହି ଦୂର୍ଘଟଣାର ପୃଷ୍ଟି କରାଯାଇଛି । ଏୟାରପୋର୍ଟ ପ୍ରଶାସନ ଏନେଇ କହିଥିଲେ ଭାରତୀୟ ବାୟୁସେନାର  ଇଘ-୩୨ ବିମାନ ମଙ୍ଗଳବାର ରାତି ରନୱେ -୨୭ ଉପରେ ଓଭରରନ୍ କରିବ । ଏହି ବିମାନ ମୁମ୍ବାଇରୁ ୟେହଲାଙ୍କା ଏୟାରଫୋର୍ସ ବାଙ୍ଗାଲୋର୍ ପାଇଁ ଉଡାଣ କରିବାକୁ ଯାଉଥିଲା । କିନ୍ତୁ ଏହି ସମୟରେ ଏଭଳି ଅଘଟଣ ହେଲା ।

ସୁଚନାନୁସାରେ କେବଳ ଭାରତରେ ନୁହଁ ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଅଘଟଣର ମାମଲା ସାମ୍ନାକୁ ବାରମ୍ବାର ଆସୁଛି । ଯଦି ଭାରତୀୟ ବାୟୁସେନା କଥା କହିବେ ତେବେ ଏୟାରଫୋର୍ସର ଅନେକ ଲଢୁଆ ବିମାନ , ହେଲିକ୍ୟାପ୍ଟର ଏହି ଦୂର୍ଘଟଣାର ଶିକାର ହେଉଛନ୍ତି । ଗତ ଏକବର୍ଷ ଧରି ବାୟୁସେନାର ଅନେକ ବିମାନ ମିଗ୍ ଟ୍ରେନିଙ୍ଗ୍ ସମୟରେ ଦୂର୍ଘଟଣାଗ୍ରସ୍ତ ହୋଇଛି ।

Comments are closed.