ବାତ୍ୟା ତୌକତେରେ ତାଣ୍ଡବ । ରାତି ୮ଟା ଯାଏଁ ମୁମ୍ବାଇ ଏୟାରପୋର୍ଟ ବନ୍ଦ

153

କନକ ବ୍ୟୁରୋ: ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବାତ୍ୟା ତୌକତେ ତାଣ୍ଡବ ରଚିଛି । ମୁମ୍ବାଇରେ ଆଜି ସକାଳୁ ଜୋରରେ ପବନ ସହ ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟାକୁ ନଜରରେ ରଖି ରାତି ୮ଟା ଯାଏଁ ଏୟାପୋର୍ଟକୁ ବନ୍ଦ ରଖା ଯାଇଛି । କେତକ ସ୍ଥାନରେ ଲୋକାଲ ଟ୍ରେନକୁ ମଧ୍ୟ ବନ୍ଦ କରାଯାଇଛି । ଲୋକମାନଙ୍କୁ ଘରୁ ନବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ବାତ୍ୟା ତୌକତେ ରାତି ୮ଟାରୁ ୧୧ ମଧ୍ୟରେ ଗୁଜୁରାଟରେ ମାଡ ହୋଇପାରେ । ତେବେ ଆଜି ସକାଳୁ ଏହାର ପ୍ରଭାବ ମୁମ୍ବାଇରେ ଦେଖିବାକୁ ମିଳିଛି । ଜୋରରେ ପବନ ବହିବା ସହ ବର୍ଷା ମଧ୍ୟ ଲାଗି ରହିଛି । ଏଥିପାଇଁ ପ୍ରଶାସନ ମଧ୍ୟ ଆଗୁଆ ସତର୍କ ରହିଛି ।

ପାଣିପାଗ ବିଭାଗ ମହାରାଷ୍ଟ୍ରକୁ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି । ବାତ୍ୟାର ବିପଦକୁ ନଜରରେ ରଖି ସମୁଦ୍ର କୂଳରେ ଏନଡିଆରଏଫ ଟିମ ନିୟୋଜିତ ଅଛନ୍ତି । ଲୋକମାନଙ୍କୁ ସମୁଦ୍ରକୂଳକୁ ନଆସିବାକୁ କୁହାଯାଉଛି । ତେବେ ଆକଳନ ଅନୁଯାୟୀ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।