ଶିବସେନା ସମର୍ଥକଙ୍କ ଆତ୍ମହତ୍ୟା ଉଦ୍ୟମ ! ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ବଦଳରେ ଫଡନବିସ୍ ଙ୍କ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଅସନ୍ତୋଷ ସମର୍ଥକଙ୍କ ଆତ୍ମହତ୍ୟା ଉଦ୍ୟମ

522

ମହାରାଷ୍ଟ୍ରରେ ସରକାର ଗାଦିକୁ ନେଇ ଚାଲିଛି ମହାନାଟକ । ରାତିଅଧରେ ମହାସୂତ୍ର ସ୍ଥାପନ ହୋଇ ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଦେବେନ୍ଦ୍ର ଫଡନବିସ୍ ଏବଂ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଏନସିପି ନେତା ଅଜିତ୍ ପାୱାର୍ । ତେବେ ଏହି ଛକାପଞ୍ଝା ଭିତରେ ଫସିଲା ଶିବସେନା । ମହାରାଷ୍ଟ୍ରରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ମୁଖ୍ୟମନ୍ତ୍ରୀ ନ ହେବାକୁ ନେଇ ଦୁଃଖୀ ଥିବା ଜଣେ ଶିବସେନା ସମର୍ଥକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । ରବିବାର ଏଭଳି ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି ।

ବିବରଣୀ ମୁତାବକ , ଏହି ଘଟଣା ଶନିବାର ସନ୍ଧ୍ୟା ମୁମ୍ବାଇରୁ ୫୮୦ କି.ମି ଦୂରରେ ଥିବା ମନୋରା ଚୌକରେ ହୋଇଥିଲା । ୱାସିମ୍ ଜିଲ୍ଲାର ଉମରୀ ଗାଁ ନିବାସୀ ରମେଶ୍ ବାଲୁ ଯାଦବ ଯେତେବେଳେ ଫଡନବିସ୍ ଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଥିବା ଶୁଣିଲେ ପ୍ରଥମେ ଅତ୍ୟଧିକ ମଦ୍ୟପାନ କଲେ ପରେ ନିଶାରେ ନିଜ ହାତକୁ ବ୍ଲେଡରେ କାଟି ଦେଇଥିଲେ । ଜଣେ ଟ୍ରାଫିକ୍ ପୋଲିସକର୍ମୀଙ୍କ କାରଣରୁ ରମେଶ୍ ଙ୍କ ଜୀବନ ବଂଚିଯାଇଛି । ରମେଶଙ୍କ ଚିକିତ୍ସା ଏବେ ସରକାରୀ ଡାକ୍ତରଖାନାରେ ଚାଲିଛି ।