ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ । ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ

335

କନକ ବ୍ୟୁରୋ: ଆଜିର ଆିପିଏଲ ମ୍ୟାଚରେ ମୁମ୍ବାଇ ଦମଦାର ବିଜୟ ହାସଲ କରିଛି । ଏହି ମ୍ୟାଚରେ କିରଣ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ମୁମ୍ବାଇ ୫ ୱିକେଟରେ ଜିତି ନେଇଛି । ଏହାସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ଦ୍ୱିତୀୟଥର ପାଇଁ ପରାଜୟ ସାମ୍ନା କରିଛି ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ଚେନ୍ନାଇ । ଚେନ୍ନାଇ ପକ୍ଷରୁ ଡୁ ପ୍ଲେସି ଓ ମୋଇନ ଅଲ୍ଲୀ ବିସ୍ଫୋରକ ଆରମ୍ଭ କରିଥିଲେ । ଏହାପରେ ରାଇଡୁ ମଧ୍ୟ ବିସ୍ପୋରକ ବ୍ୟାଟିଂ କରିଥିଲେ । ଦଳ ପକ୍ଷରୁ ରାଇଡୁ ୭୨, ଡୁ ପ୍ଲେସି ୫୦, ମୋଇନ ଅଲ୍ଲୀ ୫୮ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୪ ୱିକେଟ ହରାଇ ୨୧୮ ରନ କରିବାରେ ସକ୍ଷମ ହୋଇଥିଲା ।

ପରେ ୨୧୯ ରନର ବିଜୟ ଲକ୍ଷ୍ୟ ନେଇ ଆସିଥିବା ମୁମ୍ବାଇ ଆରମ୍ଭରୁ ଚମତ୍କାର ଖେଳିଥିଲା । ପରେ କିରଣ ପୋଲାର୍ଡ ଏକାକୀ ବିସ୍ଫୋରକ ଖେଳି ମ୍ୟାଚ ବିଜୟୀ କରାଇଥିଲେ । ଦଳ ପକ୍ଷରୁ ପୋଲାର୍ଡ ୮୭, ଡିକକ ୩୮, ରୋହିତ ଶର୍ମା ୩୫ ରନ କରିଥିଲେ । ଫଳରେ ଦଳ ୬ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ।