କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଅମିତ ମିଶ୍ରା ଚମତ୍କାର ବୋଲିଂ କରିଛନ୍ତି । ତାଙ୍କ ବୋଲିଂରେ ଧରାଶାୟୀ ହୋଇ ପଡିଛି ମୁମ୍ବାଇ ଦଳ । ଫଳରେ ମୁମ୍ବାଇ ଏହି ମ୍ୟାଚରେ ୧୩୭ ରନ କରିବାରେ ସଫଳ ହୋଇଛି । ଏହାସହ ଏବେ ଦିଲ୍ଲୀ ଆଗରେ ୧୩୭ ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ମୁମ୍ବାଇ ବୋଲର ମାନଙ୍କୁ ସାମ୍ନା କରିବାକୁ ହେବ ।
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୪୪, ଇଶାନ କିଷାନ ୨୬, ସୂର୍ଯ୍ୟ କୁମାର ଯାଦବ ୨୪ ଓ ଜୟନ୍ତ ଯାଦବ ୨୩ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୩୭ ରନ କରିବାରେ ସକ୍ଷମ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/xwe.jpg)