ଲକ୍ଷେ ଟଙ୍କା ଆଡଭାନ୍ସ । ୩ ଥର ରେକି । ୧୩ କିମି ଦୂରରେ ଭଡାଘର । ଫୁଲ ପ୍ରୁଫ ପ୍ଲାନ ପରେ ସଲମାନ ଖାନ ଘର ଉପରକୁ ଗୁଳି ।

Advertisment
ଲକ୍ଷେ ଟଙ୍କା ଆଡଭାନ୍ସ ।  ୩ ଥର ରେକି ।   ୧୩ କିମି ଦୂରରେ ଭଡାଘର ।  ଫୁଲ ପ୍ରୁଫ ପ୍ଲାନ ପରେ ସଲମାନ ଖାନ ଘର ଉପରକୁ ଗୁଳି ।

ଚଳଚ୍ଚିତ୍ର ଅଭିନେତା ସଲମାନ ଖାନଙ୍କ ଘର ଉପରକୁ  ଗୁଳି ଚଳାଇଥିବା ଅଭିଯୁକ୍ତଙ୍କ ବିଷୟରେ ନୂଆ ଖୁଲାସା ହୋଇଛି । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୂର୍ବରୁ ଲରେନ୍ସ ଗ୍ୟାଙ୍ଗ ସହ ଜଡିତ ଥିଲା । ଯେତେବେଳେ କି ଦ୍ୱିତୀୟ ଅଭିଯୁକ୍ତ ଜଣକ ପରେ ଆସି ଏହି ଗ୍ୟାଙ୍ଗରେ ଯୋଗ ଦେଇଥିଲା ।

ଗୁଳି ବିନିମୟ ପୂର୍ବରୁ ଦୁହେଁ ଏକ  ଲକ୍ଷ ଟଙ୍କା ଆଡଭାନ୍ସ ନେଇଥିଲେ। ସେହି ଟଙ୍କାରୁ ଘର ଭଡା ନେଇଥିଲେ ଏବଂ ଗୋଟିଏ ବାଇକ୍ କିଣିଥିଲେ। ଯାହାକୁ ସେମାନେ ଏହି ଘଟଣାରେ ବ୍ୟବହାର କରିଥିଲେ । ସେଇ ଆଡଭାନ୍ସ ଟଙ୍କାରୁ ସେମାନେ ଆକ୍ରମଣ ପାଇଁ ଆବଶ୍ୟକୀୟ ଖର୍ଚ୍ଚ ମଧ୍ୟ ପରିଚାଳନା କରିଥିଲେ ।  ଉଭୟ ଅନ୍ୟ ଏକ ଫୋନ ନମ୍ବର ସହ ନିରନ୍ତର ଯୋଗାଯୋଗରେ ଥିଲେ । ପୋଲିସ ବର୍ତ୍ତମାନ ସେହି ନମ୍ବର କାହାର ବୋଲି ଜାଣିବାକୁ ଚେଷ୍ଟା କରୁଛି ।

ବଲିଉଡର ସଲମାନ ଖାନଙ୍କ ଘରେ ହୋଇଥିବା ଗୁଳିମାଡ଼ ଘଟଣାର ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅନୁସନ୍ଧାନରେ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ଉଭୟ ଆକ୍ରମଣକାରୀ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ନିର୍ଦ୍ଦେଶରେ ସଲମାନଙ୍କ ଘର ଉପରକୁ  ଗୁଳି ଚଳାଇଥିଲେ। ଏବେ ଏହା ସାମ୍ନାକୁ ଆସିଛି ଯେ ସୁଟର ସାଗର ପାଲ ପୂର୍ବରୁ ଲରେନ୍ସ ଗ୍ୟାଙ୍ଗ ସହ ଯୋଗାଯୋଗରେ ଥିଲଲା । ଯେତେବେଳେ କି, ବିକି ଗୁପ୍ତା ନାମକ ଅନ୍ୟ ସୁଟର ଜଣକ ପରେ ଏହି ଗ୍ୟାଙ୍ଗରେ ଯୋଗ ଦେଇଥିଲା । ସୁଟର ସାଗର ପାଲ ଦୁଇ ବର୍ଷ ଧରି ହରିୟାଣାରେ ରହୁଥିଲା । ଏହି ସମୟରେ ସେ ଲରେନ୍ସ ଗ୍ୟାଙ୍ଗର ନିକଟତର ହୋଇଥିଲା । ଦ୍ୱିତୀୟ ଅଭିଯୁକ୍ତ ବିକି ଗୁପ୍ତା ପରେ ସାଗର ସହ ଯୋଗ ଦେଇଥିଲା । ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଉଭୟ ଆକ୍ରମଣକାରୀ ଏକ ଭାରତୀୟ ମୋବାଇଲ ନମ୍ବର ସହିତ ନିରନ୍ତର ଯୋଗାଯୋଗରେ ଥିଲେ। ବର୍ତ୍ତମାନ ସେହି ନମ୍ବରଟି କାହାର ତାହା  ଅନୁସନ୍ଧାନ କରାଯାଉଛି । ପୋଲିସ ପାଇଁ ଏ ଘଟଣା ମୁଣ୍ଡବିନ୍ଧାର କାରଣ ହେଇଛି ।

ଗତ ଏପ୍ରିଲ ୧୪ ରେ ଅଭିନେତା ସଲମାନ ଖାନଙ୍କ ଘର ଉପରକୁ  ଗୁଳି ମାଡ଼ ହୋଇଥିଲା। ଏହି ଅପରାଧ କରିବା ପୂର୍ବରୁ ଆକ୍ରମଣକାରୀମାନେ ସଲମାନଙ୍କ ଘରେ ତିନିଥର ରେକି କରିଥିଲେ। ଗୁଜୁରାଟର କୁଚରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ବିହାରର ଚମ୍ପରନର ବାସିନ୍ଦା । ମୁମ୍ବାଇ ପୋଲିସର ସୂଚନାନୁସାରେ, ଆକ୍ରମଣକାରୀମାନଙ୍କୁ  ଫେବୃଆରୀ ୨୯ ରୁ ମାର୍ଚ୍ଚ ୧ ମଧ୍ୟରେ ତିନିଥର ସଲମାନ ଖାନଙ୍କ ଘରଠାରୁ ମାତ୍ର ଏକ କିଲୋମିଟର ଦୂରରେ ଥିବା ହୋଟେଲ ତାଜ ଲ୍ୟାଣ୍ଡସ ଏଣ୍ଡ ନିକଟରେ ଦେଖାଯାଇଥିଲେ ।

ଆଡଭାନ୍ସ ଏକ ଲକ୍ଷ ଟଙ୍କା ପାଇଥିଲେ

ଏହି ମାମଲାର ଆଉ ଏକ ଖୁଲାସା ହେଉଛି ଆକ୍ରମଣକାରୀମାନେ ଆକ୍ରମଣ କରିବା ପୂର୍ବରୁ ଏକ ଲକ୍ଷ ଟଙ୍କା ଅଗ୍ରୀମ ପାଇଥିଲେ। ଏହି ପଇସାରେ ସେମାନେ ଘର ଭଡା ମଧ୍ୟ ନେଇଥିଲେ। ଏକ ବାଇକ୍ କିଣିଥିଲେ ଏବଂ ସେହି ଆଡଭାନ୍ସ ପାଇସାଋ ସେମାନେ ଆକ୍ରମଣ କରିବାପାଇଁ ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚ ମଧ୍ୟ ପରିଚାଳନା କରିଥିଲେ । ପାନଭେଲରେ ଅବସ୍ଥିତ ସଲମାନ ଖାନଙ୍କ ଫାର୍ମ ହାଉସଠାରୁ ପ୍ରାୟ ୧୩ କିଲୋମିଟର ଦୂରରେ ଏକ ଘର ଭଡା ନେଇଥିଲେ । ଦୁହେଁ ଏଠାରୁ ଫାର୍ମ ହାଉସର ରେକି କରୁଥିଲେ । କାମ ସରିବା ପରେ ଅବଶିଷ୍ଟ ଟଙ୍କା ଦେବାକୁ ଉଭୟଙ୍କୁ ପ୍ରତିଶୃତି ଦିଆଯାଇଥିଲା । ତେଣୁ ସେ ୨୮ ଫେବୃଆରୀରେ ଚମ୍ପରାନରୁ ମୁମ୍ବାଇ ସେଣ୍ଟ୍ରାଲକୁ ଯାତ୍ରା କରିଥିଲେ ।

ମାର୍ଚ୍ଚ ୧୮ ରେ ଚମ୍ପାରନ ଯାଇ ତା’ପରେ ଫେରିଗଲେ 

କିଛି ଦିନ ପାନଭେଲରେ ରହିବା ପରେ ଦୁହେଁ ମାର୍ଚ୍ଚ ୧୮ ରେ ହୋଲିରେ ଚମ୍ପାରନ ଯାଇଥିଲେ । ତେବେ ଉଭୟ ଏପ୍ରିଲ ୧ ରେ ଫେରିଥିଲେ। ଏହା ପରେ, ଏପ୍ରିଲ ୧୪ ରେ ସକାଳ ୫ ଟାରେ ଦୁହେଁ ମୋଟରସାଇକେଲରେ ବସି ବାନ୍ଦ୍ରାସ୍ଥିତ ସଲମାନ ଖାନଙ୍କ ଘରେ (ଗାଲାକ୍ସି ଆପାର୍ଟମେଣ୍ଟ) ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଚାରିଟି ଗୁଳି କାନ୍ଥରେ ବାଜିଥିବା ବେଳେ ଗୋଟିଏ ବୁଲେଟ୍ ତାଙ୍କ ଘରର ଗ୍ୟାଲେରୀରେ ଲାଗିଥିଲା, ଯେଉଁଠାରେ ସଲମାନ ପ୍ରାୟତଃ  ଠିଆ ହୋଇ ତାଙ୍କ ପ୍ରଶଂସକଙ୍କୁ ଅଭିବାଦନ କରନ୍ତି ।

ବିକି ବାଇକ୍ ଚଲାଉଥିଲା, ସାଗର ଗୁଳି ମାରିଥିଲା

ବାଇକରେ ପଛରେ ବସିଥିବା ଆକ୍ରମଣକାରୀ ସାଗର ପାଲ ସଲମାନ ଘର ଉପରକୁ  ଗୁଳି ଚଳାଇଥିଲା। ଯେଉଁଠାରେ ବିକି ଗୁପ୍ତା ବାଇକ୍ ଚଳାଉଥିଲେ। ବାଇକ୍ ଚଳାଇବାବେଳେ ବିକି ମଧ୍ୟ ଲରେନ୍ସ ଗ୍ୟାଙ୍ଗ ସହ ଯୋଗାଯୋଗରେ ଥିଲା । ମୁମ୍ବାଇ ପୋଲିସର ଏକ ଟିମ୍ ଆକ୍ରମଣକାରୀ ବିକି ଏବଂ ସାଗରଙ୍କୁ ବିମାନ ଯୋଗେ ମୁମ୍ବାଇ ଆଣିଥିଲେ। ତା’ପରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ୨୫ ଏପ୍ରିଲ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ପଠାଯାଇଥିଲା। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe