କନକ ବ୍ୟୁରୋ: ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ଚୋରା କାରବାର କରୁଥିବା ବଡ ର୍ୟାକେଟର ପର୍ଦ୍ଦାଫାଶ କରିଛି ଗଜପତି ଜିଲ୍ଲା ବନ୍ୟପ୍ରାଣୀ ବିଭାଗ । ରାଜ୍ୟ ବାହାରକୁ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ୭ ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି କଲରାପତରିଆ ବାଘ ଚମଡା ଜବତ କରାଯାଇଛି । ଏହା ସହ ଗୋଟିଏ ଫିସିଂ କ୍ୟାଟ୍ ଚମଡା, ଗୋଟିଏ କଲତାପତରିଆ ଜଙ୍ଗଲୀ ବିଲେଇ ଚମଡା ଓ ବିପୁଳ ପରିମାଣର ପଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଛି ।

Advertisment

ଏହି ର୍ୟାକେଟର ମୁଖ୍ୟ କାର୍ପଟଦାର ଓ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି । ଗିରଫ ଅଭିଯୁକ୍ତମାନେ ଏତେ ପରିମାଣର କଲରାପତରିଆ ଚମଡା କେଉଁଠୁ ଆଣିଲେ, କାହାକୁ ବିକ୍ରି କରିଥାନ୍ତେ ଓ କେତେ ଟଙ୍କାରେ ବିକ୍ରି ପାଇଁ ଯୋଜନା କରୁଥିଲେ, ସେନେଇ ଖୋଳତାଡ଼ କରାଯାଉଛି ।