କନକ ବ୍ୟୁରୋ: ଆକାଶରୁ ମାଟିକୁ ଛୁଇଁବା ପୂର୍ବରୁ ବିମାନଟି ସଂପୂର୍ଣ୍ଣ ନିଶ୍ଚିର୍ଣ୍ଣ ହୋଇଯିବ, ସେହି ଚିତ୍ର ଦେଖିଲେ ହୁଏତ କେହି କଳ୍ପନା କରିପାରିବେ ନାହିଁ । କିନ୍ତୁ ନେପାଳ ଆଶାର ସେହି ଦୃଶ୍ୟର ମାତ୍ର କିଛି ସେକେଣ୍ଡ ଭିତରେ ଅଚାନକ୍ ଗୋଟିଏ ପଟକୁ ନଇଁବାକୁ ଲାଗିଥିଲା ବିମାନ । ଆଉ ତା’ପରେ ସବୁ କିଛି ଛାରଖାର ହୋଇଯାଇଥିଲା ।
ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ବର୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ଉତ୍ତର ଆସିନଥିବା ବେଳେ ୟେତି ଏୟାର ଲାଇନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ-
ଦୁର୍ଘଟଣା ପୂର୍ବରୁ କୌଣସି ବିପଦ ନେଇ ପାଇଲଟ ସୂଚନା ଦେଇନଥିଲେ
ପର୍ବତଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲା, ପାଣିପାଗର କୌଣସି ସମସ୍ୟା ନଥିଲା
ଲ୍ୟାଣ୍ଡିଂ ପୂର୍ବରୁ ପାଇଲଟ ରନୱେ ବଦଳାଇବା ପାଇଁ ଅନୁମତି ମାଗିଥିଲେ
୩ ନମ୍ବର ରନୱେ ବଦଳରେ ୧ ନମ୍ବର ରନୱେ ପାଇଁ ଅନୁମତି ଦିଆଯାଇଥିଲା
କିନ୍ତୁ ପ୍ରଶ୍ନ ହେଉଛି ବିମାନ ଦୁର୍ଘଟଣା ହେଲା କାହିଁକି? ଏପଟେ ଅଭିଜ୍ଞ ପାଇଲଟଙ୍କ କହିବାର କଥା ହେଲା । ଲ୍ୟାଣ୍ଡିଂ ପୂର୍ବରୁ ବିମାନଟି ଗୋଟିଏ ପଟକୁ ଢ଼ଳି ଯାଇଥିଲା । ପାଇଲଟ ଏଭଳି ସ୍ଥିତିରେ ବିମାନକୁ ନିୟନ୍ତ୍ରଣକୁ ଆଣିବାରେ ହୁଏତ ସଫଳ ହୋଇନଥାଇପାରନ୍ତି । ଯେହେତୁ ବିମାନଟି ଅନ୍ତିମ ମୁହୂର୍ତ୍ତ ଯାଏଁ ସ୍ଥିର ଥିଲା । କୌଣସି ଯାନ୍ତ୍ରିକ ତ୍ରୁଟି ଥାଇନପାରେ । କେଉଁଠି ନା କେଉଁଠି ଗୁଣବତ୍ତା କିମ୍ବା ଏସଓପି ପାଳନରେ ହେଳା ହୋଇଥାଇପାରେ ।
ନେପାଳରେ ଦୁର୍ଘଟଣାର କାହାଣୀ ବେଶ ପୁରୁଣା । ବିଗତ ୩୦ ବର୍ଷ ଭିତରେ ୨୭ଟି ବିମାନ ଦୁର୍ଘଟଣା ଦେଖିଛି ନେପାଳ । ବଡକଥା ହେଉଛି ଗତ ୧୦ ବର୍ଷ ଭିତରେ ୨୦ଟି ବଡଧରଣର ବିମାନ ଦୁର୍ଘଟଣା ହୋଇଛି । ତେଣୁ ପ୍ରଶ୍ନ ଉଠୁଛି ନେପାଳରେ ବିମାନ ଉଡାଣ ଏତେ ବିପଦପୂର୍ଣ୍ଣ କାହିଁକି ? ନଜର ପକାନ୍ତୁ କିଛି ପ୍ରମୁଖ କାରଣ ଉପରେ ।
ନେପାଳରେ ବିମାନ ଉଡାଣ ବିପଦପୂର୍ଣ୍ଣ କାହିଁକି?
-ଦୁର୍ଘଟଣାର ବଡ଼ କାରଣ ନେପାଳ ପାହାଡ ଘେରା ଦେଶ
-ପାର୍ବତ୍ୟ ଅଂଚଳ ସହ ପାଣିପାଗ ମଧ୍ୟ ଦୁର୍ଘଟଣାର ବଡ କାରଣ
-ସମୁଦ୍ରପତନ ଠାରୁ ନେପାଳର ବିମାନ ବନ୍ଦର ବହୁ ଉଚ୍ଚରେ ରହିଛି
-ତେଣୁ ଲ୍ୟାଣ୍ଡିଂ କଲା ବେଳେ ଅସୁବିଧା ସାମ୍ନା କରନ୍ତି ପାଇଲଟ
-ଭିତ୍ତିିଭୂମି ବିକାଶ କ୍ଷେତ୍ରରେ ନେପାଳ ବହୁତ ପଛୁଆ
-ଏବେ ବି ଦେଶରେ ନୂଆ ବିମାନ ବଦଳରେ ପୂରୁଣା ବିମାନ ଚାଲୁଛି
-ବିମାନ ଉଡ଼ାଣ ପରିଚାଳନା କ୍ଷେତ୍ରରେ ବହୁତ ପଛୁଆ
-୨୦୧୩ ମସିହାରେ ଇୟୁ ନେପାଳ ଏୟାର ଲାଇନ୍ସକୁ ନିଷିଦ୍ଧ କରିଥିଲା
-ସୁରକ୍ଷା ଓ ଭିତ୍ତିଭୂମି କାରଣରୁ ଏ ନିଷ୍ପତି ନେଇଥିଲା ୟୁରୋପିୟ ୟୁନିଅନ
-୨୦୨୨ ମାର୍ଚ୍ଚରେ ନେପାଳ ଏୟାର ଲାଇନ୍ସକୁ ବ୍ଲାକଲିଷ୍ଟ କରିଥିଲା ୟୁରୋପିୟ ୟୁନିଅନ
Follow Us