ଗୁଜରାଟ ସୁରଟରେ ଓଏନଜିସି ଗ୍ୟାସ ପ୍ଲାଂଟରେ ଭୟଙ୍କ ନିଆଁ : ଆୟତ କରିବାକୁ ଫାୟାର ବ୍ରିଗେଡ ଟିମର କସରତ, ବର୍ତମାନ ସୁଦ୍ଧା ମୃତାହତର କୌଣସି ଖବର ନାହିଁ; କାରଣ ଅସ୍ପଷ୍ଟ

ଗୁଜରାଟ ସୁରଟରେ ଓଏନଜିସି ଗ୍ୟାସ ପ୍ଲାଂଟରେ ଭୟଙ୍କ ନିଆଁ : ଆୟତ କରିବାକୁ ଫାୟାର ବ୍ରିଗେଡ ଟିମର କସରତ, ବର୍ତମାନ ସୁଦ୍ଧା ମୃତାହତର କୌଣସି ଖବର ନାହିଁ; କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ସୁରଟର ଓଏନଜିସି ପ୍ଲାଂଟରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ କେହି ହତାହତ ହୋଇଥିବା ଖବର ମିଳିନାହିଁ । ନିଆଁକୁ ଆୟତ୍ତ କରିବାକୁ ଦୀର୍ଘ ଘଂଟାର ଉଦ୍ୟମ ପରେ ନିଆଁକୁ ଆୟତ କରାଯାଇଛି । ପ୍ଲାଟଂରେ ନିଆଁ ଏଭଳି ଭାବେ ଲାଗିଥିଲା ଯେ ଆଖପାଖ ଅଂଚଳରେ ପ୍ରଚଣ୍ଡ ଶଦ୍ଦ ଶୁଣିବାକୁ ମିଳିଥିବା ସ୍ଥାନୀୟ ଅଂଚଳବାସୀ କହିଛନ୍ତି ।

ଫାୟାର ବ୍ରିଗେଡର ଟିମ୍ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଉଦ୍ୟମ କରି ନିଆଁକୁ ଆୟତ କରିଛନ୍ତି । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ତଦାରଖ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ୧୦ କିଲୋମିଟର ଦୂର ଅଂଚଳରୁ ବି ନିଆଁ ଜଳୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe