ବେଙ୍ଗାଲୁରରେ କୋକୁଆ ଭୟ । ଏକା ସହ ୪୮ ବିଦ୍ୟାଳୟକୁ ବୋମାରେ ଉଡାଇବାକୁ ଇମେଲରେ ମିଳିଲା ଧମକ

290

କନକ ବ୍ୟୁରୋ : ବେଙ୍ଗାଳୁରୁର ୪୫ଟି ସ୍କୁଲକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ । ବିଦ୍ୟାଳୟରେ ପହଁଚିଛି ଧମକପୂର୍ଣ୍ଣ । ଇମେଲ ପାଇବା ପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ କର୍ତୃପକ୍ଷ ଆତଙ୍କିତ ହେବା ସହ ସ୍କୁଲକୁ ତୁରନ୍ତ ଖାଲି କରାଯାଇଥିଲା । ସର୍ତକତା ଦୃଷ୍ଟିରୁ ପ୍ରଶାସନ ସମସ୍ତ ବିଦ୍ୟାଳୟକୁ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଅନେକ ବିଦ୍ୟାଳୟ ଆଗରେ ବମ ସ୍କାର୍ଡ ଟିମ୍ ପହଂଚି ତଦନ୍ତ କରୁଛି । ସୁରକ୍ଷା ଏଜେନ୍ସି ଓ ଡଗ ସ୍କାର୍ଡ ପହଂଚି ସର୍ଚ୍ଚ ଅପରେସନ୍ କରିଛନ୍ତି । ଏବେଯାଏଁ କୌଣସି ବୋମାର ସନ୍ଧାନ ମିଳିପାରିନି । ଧମକପୂର୍ଣ୍ଣ ଇମେଲ ପାଇଥିବା ୪୫ଟି ସ୍କୁଲ ମଧ୍ୟରେ ଗୋଟିଏ ସ୍କୁଲ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବ କୁମାରଙ୍କ ବାସଭବନ ଆଗରେ ରହିଛି । ଏହି ଖବର ପ୍ରସାରଣ ହେବା ପରେ ନିଜେ ଶିବକୁମାର ଯାଂଚ ପାଇଁ ସ୍କୁଲରେ ପହଂଚିଥିଲେ । ଭୟଭୀତ କରାଇବାକୁ କେହି ଏଭଳି ଉଦ୍ୟମ କରିଥିବା ଅନୁମାନ କରାଯାଉଛି, ତଥାପି ସର୍ତକ ରହିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଶିବ କୁମାର ।