କନକ ବ୍ୟୁରୋ: ଆଫଗାନିସ୍ତାନରେ ଏବେ ଚାଲିଛି ତାଲିବାନୀ ରାଜ । ତାଲିବାନୀମାନେ ସେଠାରେ ସରକାର ଗଠନ କରିବା ସହିତ ନିଜ ଶାସନ ଆରମ୍ଭ କରିଛନ୍ତି । ଏହି ତାଲିବାନୀ ସରକାରରେ ଉପ-ପ୍ରଧାନମନ୍ତ୍ରୀ ଅଛନ୍ତି ମୁଲ୍ଲା ବରାଦର । ହେଲେ ଏହାରି ଭିତରେ ସେ ନିଖୋଜ୍ ଥିବା ଖବର ମିଳିଛି । ତେବେ ମୁଲ୍ଲା ବରାଦରଙ୍କ ନିଖୋଜ ହେବା ନେଇ ଗୋଟିଏ ପକ୍ଷ ଦାବି କରୁଥିବାବେଳେ ତାଲିବାନୀ ମୁଖପାତ୍ର ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟୀକରଣ ରଖିନାହାଁନ୍ତି ।
ଆଫଗାନିସ୍ତାନରେ ତାଲିବାନୀ ସରକାର ଗଠନ ହେବା ପରେ ମୁଲ୍ଲା ବରାଦର ସେଠାରେ ଉପ-ପ୍ରଧାନମନ୍ତ୍ରୀ ଅଛନ୍ତି । ହେଲେ ସେ ତାଲିବାନୀ ସରକାରରେ ପ୍ରଧାନମନ୍ତ୍ରୀ ହେବା ନେଇ ବେଶ ଚର୍ଚ୍ଚା ଆଲୋଚନା ଚାଲିଥିଲା । ହେଲେ ଶେଷରେ ତାଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯାଇଛି । ଯାହାକୁ ନେଇ ସେ ଅସନ୍ତୋଷ ଥିବା ସହିତ ଏବେ ସେଠାରେ କ୍ଷମତା ପାଇଁ କନ୍ଦଳ ଦେଖିବାକୁ ମିଳିଛି ବୋଲି ରିପୋର୍ଟ ପ୍ରକାଶ ପାଉଛି । କ୍ଷମତା ସଂଘର୍ଷରେ ବରାଦର-ହକ୍କାନୀ ଗ୍ରୁପ ମୁହାଁମୁହିଁ ହୋଇଛନ୍ତି ।
ଅନ୍ୟପଟେ କାବୁଲ ଛାଡି ମୁଲ୍ଲା ବରାଦର ଏବେ କନ୍ଦାହାର ଚାଲି ଯାଇଥିବା ମଧ୍ୟ ସୂଚନା ମିଳୁଛି । କ୍ଷମତା ସଂଘର୍ଷ ଭିତରେ ମୁଲ୍ଲା ବରାଦର ଏବଂ ହକ୍କାନୀ ଗ୍ରୁପର କିଛି ନେତା ମୁହାଁମୁହିଁ ହୋଇଥିଲେ । ଯାହା ପରେ ମୁଲ୍ଲା ବରାଦର ଏବେ କନ୍ଦାହାର ଚାଲି ଯାଇଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ମୁଲ୍ଲା ବରାଦର ମୃତ ହେବା ନେଇ ଖବର ଆସିଥିଲା । କ୍ଷମତା ସଂଘର୍ଷ ଭିତରେ ସେ ପ୍ରାଣ ହରାଇଥିବା ଖବର ମିଳିଥିଲା । ହେଲେ ଏହି ଘଟଣା ପରେ ଖୋଦ୍ ତାଲିବାନୀ ମୁଖପାତ୍ର ପ୍ରେସମିଟ୍ କରି ଏହାକୁ ଗୁଜବ ବୋଲି କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/32-17.jpg)