କନକ ବ୍ୟୁରୋ : ହସ୍ପିଟାଲରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ଗୁରୁଗାଁଓ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମୁଲାୟମ । ଏବେ ଆୟୁସିୟୁରେ ମୁଲାୟମ ଚିକିତ୍ସାଧୀନ ଥିବା ସୂଚନା ରହିିଛି । ପୁଅ ଅଖିଳେଶ ଯାଦବ ଏବଂ ବୋହୂ ଡିମ୍ପଲ ଯାଦବ ଲକ୍ଷ୍ନୌରୁ ଗୁରୁଗାଁଓ ଆସୁଥିବା ସୂଚନା ରହିଛି । ମୁଲାୟମଙ୍କ ପାଖରେ ଏବେ ତାଙ୍କ ସାନ ଭାଇ ଶିବପାଲ ଯାଦବ ଥିବା ସୂଚନା ରହିଛି । ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ମୁଲାୟମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Advertisment

ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସମାଜବାଦୀ ପାର୍ଟିର ସଂରକ୍ଷକ ଦୀର୍ଘ ଦିନ ହେବ ଅସୁସ୍ଥ ରହିଛନ୍ତି । ଆଜି ସେ ଅଧିକ ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିକଟରେ ତାଙ୍କୁ ଲଖ୍ନୌ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପେଟ ବଥା ଏବଂ ୟୁରିନ୍ ଇନଫେକସନ ଯୋଗୁଁ ମୁଲାୟମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଲଖ୍ନୌ ମେଦାନ୍ତ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।