୮୧ ତମ ଜନ୍ମଦିନରେ ୮୧ କିଲୋର ଲଡୁ ଆକାରର କେକ୍ କାଟିଲେ ମୁଲାୟମ୍ ସିଂହ ଯାଦବ । ଜନ୍ମଦିନରେ ଯୋଗଦେଲେ ସମାଜବାଦୀ ପାର୍ଟି ନେତା ଅଖିଲେଶ୍ ଯାଦବ

194

ଗତକାଲି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ୮୧ ତମ ଜନ୍ମଦିନ ପାଳନ କରାଯାଇଛି । ଏହି ଅବସରରେ ସମାଜବାଦୀ ପାର୍ଟିର ସଂରକ୍ଷକ ମୁଲାୟମ ସିଂହ ଯାଦବଙ୍କ ଜନ୍ମଦିନ ଉପଲକ୍ଷେ ଲଡୁ ଆକାରର କେକ୍ ପ୍ରସ୍ତୁତ ହୋଇଥିଲା । ୮୧ ତମ ଜନ୍ମଦିନରେ ୮୧ କିଲୋଗ୍ରାମର ଏହି ବଡ ଲଡୁ ଆକାରର କେକ୍ କାଟିଥିଲେ ମୁଲାୟମ୍ ସିଂହ ଯାଦବ । ଏହି କେକକୁ କାଟି ଯାଦବ ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନ ଅବସରରେ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଏହା ସହ ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଖୁବ ଧୁମଧାମରେ ମୁଲାୟମ ସିଂହ ଯାଦବଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଜନ୍ମଦିନ ଅବସରରେ ମୁଲାୟନ ସିଂହ ଦଳୀୟ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ଆଗାମୀ ଦିନରେ ଦଳର ସମସ୍ତ ଦାୟିତ୍ୱ ଅଖିଳେଶଙ୍କ ହାତରେ ରହିଛି । ଏହାଛଡା ଆଗାମୀ ଦିନରେ ସମାଜବାଦୀ ପାର୍ଟି ଶକ୍ତିଶାଳୀ ହେବ ବୋଲି ମଧ୍ୟ କହିଥିଲେ ।