ମୂଲାୟମ ଓ ଅଖିଳେଶଙ୍କୁ ବଡ ଆଶ୍ୱସ୍ତି । ଆୟ ବର୍ହିଭୁତ ସମ୍ପତି ମାମଲାରେ କ୍ଲିନଚିଟ୍ ଦେଲା ସିବିଆଇ ।

59

କନକ ବ୍ୟୁରୋ : ଆୟ ବର୍ହିଭୁତ ସମ୍ପତି ମାମଲାରେ ମୁଲାୟମ ସିଂହ ଯାଦବ ଓ ଅଖିଳେଶ ସିଂହ ଯାଦବଙ୍କୁ ବଡ ଆଶ୍ୱସ୍ତି । ଉଭୟ ଅଖିଳେଶ ଓ ମୂଲାୟମଙ୍କୁ କ୍ଲିନଚିଟ୍ ଦେଇଛି ସିବିଆଇ । ସପା ସଂରକ୍ଷକ ମୂଲାୟମ ସିଂହ ଯାଦବ ଓ ସପା ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବଙ୍କ ବିରୋଧରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି ସିବିଆଇ । ତେବେ ସିବିଆଇ ଜାରି କରିଥିବା ସତ୍ୟପାଠରେ ଦୁହିଁଙ୍କୁ କ୍ଲିନଚିଟ୍ ଦେଇଥିବା ଜଣାପଡିଛି ।

ଏଥିରେ ସିବିଆଇ କହିଛି ମୂଲାୟମ ଓ ଅଖିଳେଶଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ପ୍ରାରମ୍ଭିକ ଯାଂଚରୁ ଦୁଇ ଜରଙ୍କ ନାଁରେ କିଛି ମିଳିନଥିବା କହିଛି ସିବିଆଇ । ଏହି ମାମଲାର ଯାଂଚ ୨୦୧୩ରେ ପୁରା ହୋଇଥିଲା ଓ ସିବିସିକୁ ରିପୋର୍ଟ ହସ୍ତାନ୍ତର କରି ମାମଲାକୁ ବନ୍ଦ କରିଦିଆଯାଇଥିବା କହିଛି ସିବିଆଇ । ମୂଲାୟମ ସିଂହ ଯାଦବ ଓ ଅଖିଳେଶ ଯାଦବଙ୍କ ବିରୋଧରେ ଆୟରୁ ଅଧିକ ସମ୍ପତିର ୧୨ବର୍ଷ ପୁରୁଣା ମାମଲାରେ ସିବିଆଇକୁ ନୋଟିସ ଜାରି କରିଥିଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସିବିଆଇକୁ ଯାଂଚ ରିପୋର୍ଟ ମାଗିଥିଲେ ।