ହୃଦଘାତରେ ପ୍ରାଣ ହରାଇଲେ ଟିଏମସି ନେତା ମୁକୁଲ ରାୟଙ୍କ ପତ୍ନୀ । ଚେନ୍ନାଇରେ ଚାଲିଥିଲା ଚିକିତ୍ସା

92

କନକ ବ୍ୟୁରୋ : ମୁକୁଲ ରାୟଙ୍କ ପତ୍ନୀ କୃଷ୍ଣାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ହୋଇଛି । ପ୍ରଥମେ ସେ କରୋନାରେ ସଂକ୍ରମିତ ହୋଇଥିଲେ  । କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ସେ ବାରମ୍ବାର ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଇବାକୁ ଜୁନ ୧୭ ତାରିଖରେ ତାଙ୍କୁ ଚେନ୍ନାଇ ନିଆଯାଇଥିଲା । ହେଲେ ମଙ୍ଗଳବାର ଦିନ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଶରୀର ନିକଟରେ ତାଙ୍କ ପୁଅ ସୁଭ୍ରାଂଶୁ ରହିଛନ୍ତି, ଯେ କି କୃଷ୍ଣାଙ୍କ ମର ଶରୀରକୁ କୋଲକତା ନେଇ ଆସିବେ ।

ତାଙ୍କର ମୃତ୍ୟୁ ଖବର ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁକୁଲଙ୍କ ସଲ୍ଟଲେକ୍ ସ୍ଥିତ ବାସଭବନରେ ପହଂଚିଛନ୍ତି । ଏନେଇ ମମତା କହିଛନ୍ତି କି ମୁକୁଲ ଦୀର୍ଘଦିନ ଧରି ତାଙ୍କର ସହଯୋଗୀ ଥିବାରୁ ସେ ବ୍ୟକ୍ତିଗତ ଭାବେ ମୁକୁଲଙ୍କ ସ୍ତ୍ରୀକୁ ଜାଣିଛନ୍ତି । ମମତାଙ୍କ ସହ ଅଭିଷେକ ବାନାର୍ଜୀ ବି ମୁକୁଲ ରାୟଙ୍କ ଘରେ ପହଂଚିଥିବା କୁହାଯାଇଛି ।
ଅନ୍ୟପଟେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ କୃଷ୍ଣାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ଏହାସହ ମୁକଲ ରାୟ ଓ ତାଙ୍କ ପରିବାର ପ୍ରତି ସମବେଦନା ଜଚ୍ଚାଇଛନ୍ତି ରାଜ୍ୟପାଳ ।

କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମୁକୁଲ ରାୟ ଓ ତାଙ୍କ ପୁଅ ସୁଭ୍ରାଂଶୁ ବିଜେପି ଛାଡି ଟିଏମସିରେ ଯୋଗ ଦେଇଛନ୍ତି ।

Comments are closed.