କନକ ବ୍ୟୁରୋ: ମୁକୁଲ ରୋହତଗୀଙ୍କୁ ଭାରତର ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ କରାଯାଇଛି। ସେ ଅକ୍ଟୋବର ୧ ରୁ ତାଙ୍କର ଦ୍ୱିତୀୟ କାର୍ୟ୍ୟକାଳ ଆରମ୍ଭ କରିବେ ।

Advertisment

ରୋହତଗୀ କେ କେ ବେଣୁଗୋପାଳଙ୍କ ପରେ କାର୍ଯ୍ୟଭାର ସମ୍ଭାଳିବେ । ବେଣୁଗୋପାଳଙ୍କ କାର୍ୟ୍ୟକାଳ ସେପ୍ଟେମ୍ବର ୩୦ ରେ ଶେଷ ହେବ । ରୋହତଗୀ ପୂର୍ବରୁ ଜୁନ୍ ୨୦୧୪ ରେ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଜୁନ୍ ୨୦୧୭ ପର୍ୟ୍ୟନ୍ତ କାର୍ୟ୍ୟ କରିଥିଲେ। ଏହା ତାଙ୍କର ଦ୍ୱିତୀୟ ଥର ।