କନକ ବ୍ୟୁରୋ : ଉତ୍ତର ପ୍ରଦେଶର ଡିଜିପି ମୁକୁଲ ଗୋୟଲଙ୍କୁ ପଦରୁ ହଟାଇ ଦିଆଯାଇଛି । ପୋଲିସ ମହାନିର୍ଦ୍ଦେଶକ ଥିବା ୧୯୮୭ ବ୍ୟାଚ ଆଇପିଏସ ଅଧିକାରୀ ମୁକୁଲ ଗୋୟଲ ରାଜ୍ୟ ଶାସନରେ ଅବହେଳା କରୁଥିବା ଦର୍ଶାଇ ତାଙ୍କୁ ପଦରୁ ହଟାଇଦିଆଯାଇଛି । ବିଭାଗୀୟ କାର୍ଯ୍ୟରେ ରୁଚି ରଖୁନଥିବା ଅଭିଯୋଗରେ ତାଙ୍କୁ ହଟାଯାଇଛି । ବର୍ତ୍ତମାନ ତାଙ୍କୁ ସିଭିଲ ଡିଫେନ୍ସ ଡିଜି ଭାବେ ସ୍ଥାନାନ୍ତର କରାଯାଇଛି ।
ପୂର୍ବରୁ ମଧ୍ୟ ସେ ଅନେକ ଥର ବିବାଦରେ ରହିଆସିଛନ୍ତି । ଅନେକ ଥର ତାଙ୍କର କାର୍ଯ୍ୟଶୈଳୀକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ୨୦୦୦ ମସିହାରେ ଏସପି ପଦରୁ ସସପେଣ୍ଡ କରାଯାଇଥିଲା । ସେତେବେଳେ ବିଜେପିର ବିଧାୟକ ନିର୍ଭୟ ପାଲ ଶର୍ମାଙ୍କ ହତ୍ୟାପରେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ତେବେ କେବଳ ଏତିକି ନୁହେଁ ୨୦୦୬ ମସିହାରେ ପୋଲିସ ଭର୍ତ୍ତିରେ ହୋଇଥିବା ଦୁର୍ନୀତିରେ ୨୫ ଆଇପିଏସ ଅଧିକାରୀଙ୍କ ନାମ ସାମିଲ ଥିଲା । ଏଥିରେ ମଧ୍ୟ ମୁକୁଲ ଗୋୟଲଙ୍କ ନାଁ ରହିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/05/dgp-2.jpg)