‘ସମ୍ବିତ ପାତ୍ର ୧୦୮ ବିଷ୍ଣୁମନ୍ତ୍ର ଜପନ୍ତୁ, ପରମକାରୁଣିକ ଶ୍ରୀଜଗନ୍ନାଥ ତାଙ୍କୁ କ୍ଷମା କରିବେ’: ସମ୍ବିତଙ୍କୁ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଦସ୍ୟଙ୍କ ପରାମର୍ଶ ।

286

କନକ ବ୍ୟୁରୋ: ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ତଥା ସ୍ତମ୍ଭକାର ହରିଶଙ୍କର ମିଶ୍ର । ଟଙ୍ଗ ସ୍ଲିପ୍ ଯୋଗୁଁ ସମ୍ବିତ ପାତ୍ର ଏହା କହିଛନ୍ତି । ଏହାକୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ହରିଶଙ୍କର ମିଶ୍ର ।

ଧର୍ମଶାସ୍ତ୍ର ବିଧି ବ୍ୟବସ୍ଥାରେ ତ୍ରୁଟି ମାର୍ଜନୀୟ, ଦୋଷ କ୍ଷମଣୀୟ ଓ ଅପରାଧ ଦଣ୍ଡନୀୟ । ଡକ୍ଟର ପାତ୍ର ନିଜ ତରଫରୁ ତାହାକୁ ସ୍ୱୀକାର କରିଥିବା ବେଳେ ନିଜର ଭୁଲ ପ୍ରତିକ୍ରିୟା ପାଇଁ ତିନି ଦିନ ଉପବାସ ରହିବାକୁ କହିଛନ୍ତି । ଏହି ଅପରାଧ ପାଇଁ ବ୍ରାହ୍ମଣର ଜପରେ ମୁକ୍ତି, କ୍ଷେତ୍ରୀୟ ପାଇଁ ଦାନରେ ମୁକ୍ତି ଏବଂ ଅନ୍ୟମାନଙ୍କ ପାଇଁ ଦୋଷ ସ୍ୱୀକାର ଏବଂ ବିଭୁନାମ ସ୍ମରଣରେ ମୁକ୍ତି । ସମ୍ବିତତ ୩ ଦିନ ଉପବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହ ୧୦୮ ବିଷ୍ଣୁ ସହସ୍ର ନାମ ଜପ କରନ୍ତୁ । ପରମକାରୁଣିକ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ନିଶ୍ଚୟ କ୍ଷମା କରିବେ ବୋଲି କହିଛନ୍ତି ହରିଶଙ୍କର ମିଶ୍ର ।