ହୋର୍ଡିଂ ଉପରେ ମୁକ୍ତିକାନ୍ତ, ହାତରେ ଡିଜେଲ ବୋତଲ ଓ ଲାଇଟର । କହିଲେ, ମାଟିର ସେବା ପାଇଁ ମୁଁ କାହିଁକି ଜୀବନ ଦେଇପାରିବିନି ।

ହୋର୍ଡିଂ ଉପରେ ମୁକ୍ତିକାନ୍ତ, ହାତରେ ଡିଜେଲ ବୋତଲ ଓ ଲାଇଟର । କହିଲେ, ମାଟିର ସେବା ପାଇଁ ମୁଁ କାହିଁକି ଜୀବନ ଦେଇପାରିବିନି ।

କନକ ବ୍ୟୁରୋ : ଭୁବନେଶ୍ୱରର ଶିଶୁଭବନ ଛକରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆତ୍ମହତ୍ୟା ଉଦ୍ୟମ । ଶିଶୁଭବନ ଛକରେ ଲାଗିଥିବା ହୋର୍ଡିଂ ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମୁକ୍ତିକାନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାକୁ ସୁଯୋଗ ନଦେବାରୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଛନ୍ତି ମୁକ୍ତିକାନ୍ତ । ଏହାସହ ମୁକ୍ତିକାନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଇଜିଏସ ହସ୍ପିଟାଲ ପାଇଁ ଅନେକ କିଛି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୯ ବର୍ଷ ହେôବ କୌଣସି ପ୍ରତିଶ୍ରୁତି ପୂରଣ କରିନାହାନ୍ତି ମୁଖ୍ୟମନ୍ତ୍ରୀ । ୨୦୧୮ ମସିହାରେ ଚାଲି ଚାଲି ଆସିଥିଲି, ପ୍ରତିଶ୍ରୁତି ପୂରଣ କଲେ ନାହିଁ । ଖାଲି ଶିଳାନ୍ୟାସ କରୁଛନ୍ତି କିନ୍ତୁ କୌଣସି ପ୍ରକଳ୍ପ ପୂରା କରୁନାହାନ୍ତି । ଆମ ପାଖରେ ପାଣ୍ଠି ରହିଛି, କିନ୍ତୁ ହସ୍ପିଟାଲର ଉନ୍ନତିକରଣ ବଦଳରେ ହକି ବିଶ୍ୱକପ କରାଯାଉଛି । ହକି ବିଶ୍ୱକପ ପାଇଁ ରାଉରକେଲାର ଭାଗ୍ୟ ପରିବର୍ତ୍ତନ ହୋଇଯିବନି ।

ଆତ୍ମହତ୍ୟା କରିବା ଅପରାଧ ଏକଥା ମୁଁ ଜାଣିଛି । କିନ୍ତୁ ଯେତେବେଳେ ସବୁ ରାସ୍ତା ବନ୍ଦ ହୋଇଯିବ ସେତେବେଳେ ମଣିଷ କଣ କରିବ । ଚାଲି ଚାଲି ଆସିଛି ବହୁତ କଷ୍ଟ ହୋଇଛି । ଆଦିବାସୀ ମାଟିରେ ବଡ ହୋଇଛି । ମାଟି ପାଇଁ ମୋର ଦାୟିତ୍ୱ ଅଛି । ମାଟିର ସେବା କରି ଯବାନ ଜୀବନ ଦେଉଛନ୍ତି । ମୁଁ କାହିଁକି ଜୀବନ ଦେଇପାରିବିନି । ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରା କରନ୍ତୁ । କେଉଁ ତାରିଖ ସୁଦ୍ଧା ପ୍ରତିଶ୍ରୁତି ପୂରଣ କରିବେ ତାହା ଜଣାନ୍ତୁ । ତାହା ପୂରା ନହେଲେ ବିଜୁ ବାବୁଙ୍କ ମୂର୍ତ୍ତି ତଳେ ଆତ୍ମହତ୍ୟା କରିବି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe