କନକ ବ୍ୟୁରୋ : ଭୁବନେଶ୍ୱରର ଶିଶୁଭବନ ଛକରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆତ୍ମହତ୍ୟା ଉଦ୍ୟମ । ଶିଶୁଭବନ ଛକରେ ଲାଗିଥିବା ହୋର୍ଡିଂ ଉପରକୁ ଚଢି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମୁକ୍ତିକାନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାକୁ ସୁଯୋଗ ନଦେବାରୁ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଛନ୍ତି ମୁକ୍ତିକାନ୍ତ । ହୋର୍ଡିଂ ଉପରକୁ ଚଢିବା ସହ ଏକ ପେଟ୍ରୋଲ ବୋତଲ ଧରି ନିଜକୁ ନିଆଁ ଲଗାଇବାକୁ ଧମକ ଦେଉଛନ୍ତି ମୁକ୍ତିକାନ୍ତ । ଅଗ୍ନିଶମ ବିଭାଗର ବାରମ୍ବାର ଅନୁରୋଧ ସତ୍ତେ୍ୱ ମଧ୍ୟ ତଳକୁ ଓହ୍ଲାଇବାକୁ ମନା କରୁଛନ୍ତି ମୁକ୍ତିକାନ୍ତ । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଅଡି ବସିଛନ୍ତି ମୁକ୍ତିକାନ୍ତ । କିଛି ଦିନ ବିଭିନ୍ନ ପ୍ରକଳ୍ପ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ରାଉରକେଲାରୁ ଚାଲି ଚାଲି ଆସିଥିଲେ ମୁକ୍ତିକାନ୍ତ ।
ଏହାଭିତରେ ମୁକ୍ତିକାନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏଯାବତ୍ ପୂରଣ ହୋଇନାହିଁ । ରାଉରକେଲାରୁ ସମସ୍ୟା ନେଇ ଭୁବନେଶ୍ୱର ଆସିଥିଲି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ମିଳିନଥିବାରୁ ନିଆରା ଢଙ୍ଗରେ ପ୍ରତିବାଦ କରିଛନ୍ତି ମୁକ୍ତିକାନ୍ତ । ହସ୍ପିଟାଲର ଉନ୍ନତିକରଣ ବଦଳରେ ହକି ବିଶ୍ୱକପ କରି ଟଙ୍କା ହରିଲୁଟ୍ କରାଯାଉଛି । ଯାହାକୁ ନେଇ ପ୍ରତିବାଦ କରିଛନ୍ତି ମୁକ୍ତିକାନ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/1-47.jpg)