କନକ ବ୍ୟୁରୋ : ରାଉରକେଲା ଅଂଚଳର ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ରାଉରକେଲା ଅଂଚଳ ଦାବୀ ନେଇ ରାଜଧାନୀକୁ ପଦଯାତ୍ରାରେ ଆସିଥିବା ମୁକ୍ତିକାନ୍ତ ବିଶ୍ୱାଳ । ରାଉରକେଲାରେ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ଦାବି ନେଇ ପୂର୍ବରୁ ସେ ଦିଲ୍ଲୀ ଯାଏଁ ପଦଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ ।
କିନ୍ତୁ ସେଥିରେ ସଫଳ ହୋଇ ନଥିଲେ । ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଦୀର୍ଘ ୧୮ ଦିନ ଧରି ରାଉରକେଲାରୁ ଭୁବନେଶ୍ୱର ଯାଏଁ ପଦଯାତ୍ରା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିବା ସହ ତାଙ୍କର ଦାବି ଉପସ୍ଥାପନ କରିଥିଲେ । ଏହାକୁ ପୁରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ମୁକ୍ତିକାନ୍ତ ଗଣାମାଧ୍ୟମକୁ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/39497737_1569401043206288_8083039300435836928_n.jpg)