କନକ ବ୍ୟୁରୋ : ମାଫିଆ ମୁଖତାର ଅନସାରୀଙ୍କୁ ଗାଜିପୁର ଏମପି-ଏମଏଲଏ କୋର୍ଟ ଗ୍ୟାଙ୍ଗଷ୍ଟର ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । କୋର୍ଟରେ ଦୋଷୀ ମୁଖତାର ଉପରେ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି । ଏହି ମାମଲାରେ ଦ୍ୱିତୀୟ ଅଭିଯୁକ୍ତ ସୋନୁ ଯାଦବଙ୍କୁ ୫ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି । ଏହାସହ ସୋନୁ ଯାଦବ ଉପରେ ୨ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । ଏମପି-ଏମଏଲଏ କୋର୍ଟ ୨୬ ଅକ୍ଟୋବରରେ ମାଫିଆ ମୁଖତାରକୁ ଗ୍ୟାଙ୍ଗଷ୍ଟର ସହିତ ଜଡିତ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ମାମଲା ୨୦୧୦ ମସିହାର । ସେହି ସମୟରେ କରଣ୍ଡା ଥାନାରେ ମୁଖତାର ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନରେ ଆଧାରରେ ମାମଲା ରୁଜୁ ହୋଇଥିଲା ।

Advertisment

ସୂଚନା ଥାଉକି ଅକ୍ଟୋବର ୧୪ ତାରିଖରେ ମୁଖତାର ଅନସାରୀର ଗାଜିପୁର ଓ ମଓ ସ୍ଥିତ କିଛି ସମ୍ପତ୍ତି ଜବତ କରାଯାଇଥିଲା । ଆହ୍ଲାବାଦ ହାଇକୋର୍ଟରେ ମଧ୍ୟ ମୁଖତାର ଅନସାରୀଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିଲା । ୨୦୦୯ ରେ କପିଲଦେବ ସିଂ ହତ୍ୟା ମାମଲାରେ ପୂରା ଉତ୍ତର ପ୍ରଦେଶ ଥରି ଉଠିଥିଲା । କପିଲଦେବ ସିଂ ଜଣେ ଶିକ୍ଷକ ଥିଲେ । କୌଣସି ଏକ ମାମଲାକୁ ନେଇ ମୁଖତାର ଅନସାରୀ କପିଲଦେବ ସିଂଙ୍କୁ ହତ୍ୟା କରାଇଥିଲେ ।