କନକ ବ୍ୟୁରୋ: ଚିନ୍ତାରେ ବିଜେପି, ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଆନୁଷ୍ଠାନିକ ଘୋଷଣା ସହିତ ଓବିସିର ସମସ୍ତ ନେତା ଯେପରି ଭାବେ ବିଜେପି ହାତ ଛାଡ଼ିବାରେ ଲାଗିଛନ୍ତି ତାହା ଦଳର ନେତୃତ୍ୱଙ୍କ ଚିନ୍ତା ବଢ଼ାଇଛି। ଏହାରି ଭିତରେ ଉତ୍ତରପ୍ରଦେଶରେ ବିଜେପିର ଦିନକୁ ଦିନ ବଢ଼ୁଥିବା ଚିନ୍ତାକୁ ଆହୁରି ବଢ଼ାଇଦେଇଛି ବିଧାୟକ ମୁକେଶ ବର୍ମାଙ୍କ ଇସ୍ତଫା। ସେ ଫିରୋଜାବାଦର ଶିକୋହାବାଦ ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କ ପୂର୍ବରୁ ୬ଜଣ ବିଧାୟକ ଗତ ୩ଦିନ ମଧ୍ୟରେ ଇସ୍ତଫା ଦେଇସାରିଲେଣି।
ମୁକେଶ ବର୍ମା ଇସ୍ତଫା ଦେଇ କହିଛନ୍ତି ଯେ, ବିଜେପି ସରକାର ୫ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦଳିତ, ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ତଥା ଜନ ପ୍ରତିନିଧୀଙ୍କ ପ୍ରତି କୌଣସି ଧ୍ୟାନ ଦେଇନଥିଲେ ଏବଂ ସେଥିପାଇଁ ସମ୍ପ୍ରଦାୟଗୁଡିକ ଅବହେଳିତ ହୋଇଥିଲେ। ତେଣୁ ମୁଁ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି।
Uttar Pradesh: Mukesh Verma, BJP MLA from Shikohabad (Firozabad), resigns from primary membership of the party
"Swami Prasad Maurya is our leader. We will support whatever decision he takes. Many other leaders will join us in the coming days," he says. pic.twitter.com/UAfBBAxftW
— ANI UP/Uttarakhand (@ANINewsUP) January 13, 2022
ମୁକେଶ ବର୍ମାଙ୍କ ପୂର୍ବରୁ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଅବତାର ସିଂହ ଭଦନା, ତିନ୍ଦୱାରୀର ବ୍ରଜେଶ ପ୍ରଜାପତି, ତିଲହାରର ରୋଶନ ଲାଲ ଭର୍ମା ଏବଂ ବିଲହୌର ଭଗବତୀ ସାଗର ଗତ ୩ଦିନ ମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି। ତେବେ ବୁଧବାର ଦିନ ଉତ୍ତରପ୍ରଦେଶର ଦୁଇଜଣ ବିଧାୟକ ବିଜେପି ହାତ ଧରିଥିବା ଜଣାପଡ଼ିଛି। କଂଗ୍ରେସ ବିଧାୟକ ନରେଶ ସାଇନି ଏବଂ ସମାଜବାଦୀ ପାର୍ଟିିର ହରି ଓମ ଯାଦବ ବିଜେପିରେ ଯୋଗ ଦେଇଛନ୍ତି।