ରଥଯାତ୍ରାକୁ ନେଇ ଅରୁଚିକର ମନ୍ତବ୍ୟ ମାମଲା: ବାଲେଶ୍ୱର ଜେଲରେ ଦିଲ୍ଲୀର ମୁକେଶ ଜୈନ ନାମକ ଯୁବକ; ମନ୍ତବ୍ୟକୁ ନେଇ ଭଦ୍ରକ ଓ ସହଦେବଖୁଣ୍ଟା ଥାନାରେ ହୋଇଥିଲା ମାମଲା

250

କନକ ବ୍ୟୁରୋ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ ଓ ପ୍ରଧାନ ବିଚାରପତିଙ୍କୁ ତାତ୍ସଲ୍ୟ କରିବା ଅଭିଯୋଗରେ ଦାରାସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଗିରଫ । ଦିଲ୍ଲୀସ୍ଥିତ ଭଜପୁରା ଘରୁ ମୁକେଶ ଜୈନଙ୍କୁ ଗିରଫ କରିଛି ଓଡିଶା କ୍ରାଇମବ୍ରାଂଚ । ତାଙ୍କୁ ଓଡିଶା ଆଣି ବାଲେଶ୍ୱର ସହଦେବ ଖୁଂଟା ଥାନା ପୋଲିସ ଜିମା ଦିଆଯାଇଛି । ବିଶ୍ୱ ପ୍ରସିଦ୍ଧ ରଥଯ।।ତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ହେବା ଆଶଙ୍କା କରି ପ୍ରଥମେ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟ ଦେଇଥିଲେ ମୁକେଶ ଜୈନ ।

ସୋସିଆଲ ମିଡିଆରେ ବିଚାରପତିଙ୍କ ବିରୋଧରେ ସମସ୍ତଙ୍କୁ ଏକଜୁଟ୍ ହେବାକୁ ଆହ୍ୱାନ ଦେଇଥିଲେ । ତାଙ୍କର ଏଭଳି ଆପତିଜନକ ମନ୍ତବ୍ୟକୁ ନେଇ ୩ଟି ପୃଥକ ପୃଥକ ମାମଲା ହୋଇଥିଲା । କ୍ରାଇମବ୍ରାଂଚରେ ମଧ୍ୟ ଅଭିଯୋଗ ହେବା ପରେ ତାଙ୍କୁ ଗରିଫ କରାଯାଇଛି । ଅବଶ୍ୟ ପରେ ସୁପ୍ରିମକୋର୍ଟ ତାଙ୍କ ରାୟ ପରିବର୍ତନ କରି କଟକଣା ଭିତରେ ଚଳିତବର୍ଷ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ । ଏବଂ ଶାନ୍ତି ଶୃଙ୍ଖଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବିନା ଭକ୍ତରେ ଶେଷ ହୋଇଛି । ହେଲେ ମୁକେଶ ଜୈନଙ୍କ ବିରୋଥରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯାଇଛି ।