ଭାରତର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ଦିନକୁ ରୋଜଗାର ୩୦୦କୋଟି ଟଙ୍କା । ପ୍ରାୟ ବର୍ଷେ ହେଲା ମୁକେଶଙ୍କ ଆୟ ଏହି ହାରରେ ରହିଛି । ବାରକ୍ଲେଜ୍ ହୁରୁନ୍ ଲିଷ୍ଟ ପକ୍ଷରୁ ୨୦୧୮ ବର୍ଷ ପାଇଁ ପ୍ରକାଶିତ ତାଲିକାରେ ଏହି ସୂଚନା ଦିଆଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶଙ୍କ ମୋଟ୍ ସମ୍ପତି ୩ଲକ୍ଷ ୭୧ହଜାର କୋଟି ଟଙ୍କା ରହିଛି । କ୍ରମାଗତ ଭାବେ ସପ୍ତମ ବର୍ଷ ପାଇଁ ମୁକେଶ ଦେଶର ଶୀର୍ଷ ଧନୀ ରହି ଆସିଛନ୍ତି । କମ୍ପାନୀର ସେୟାର ମୂଲ୍ୟରେ ୪୫ପ୍ରତିଶତରୁ ଅଧିକ ବୃଦ୍ଧି ଘଟିବା କାରଣରୁ ମୁକେଶଙ୍କ ସମ୍ପତିରେ ଏହି ବୃଦ୍ଧି ଦେଖାଦେଇଛି ।
ମୁକେଶଙ୍କ ପଛକୁ ଦ୍ୱିତୀୟରେ ରହିଛନ୍ତି ଏସପି ହିନ୍ଦୁଜା ଆଣ୍ଡ ଫ୍ୟାମିଲି । ତାଙ୍କର ମୋଟ ସମ୍ପତି ୧ଲକ୍ଷ ୫୯ ହଜାର କୋଟି ଟଙ୍କା ରହିଛି । ସେହିଭଳି ତୃତୀୟ ସ୍ଥାନରେ ତୃତୀୟ ସ୍ଥାନରେ ଏଲଏନ ମିତର ରହିଛନ୍ତି । ତାଙ୍କ ସମ୍ପତି ମୂଲ୍ୟ ୧ଲକ୍ଷ ୧୪ ହଜାର ୫ଶହ କୋଟି ଟଙ୍କା ରହିଛି । ଚତୁର୍ଥ ସ୍ଥାନରେ ୱିପ୍ରୋ ମୁଖ୍ୟ ଅଜିମ୍ ପ୍ରେମଜୀ ରହିଥିବାବେଳେ ତାଙ୍କ ସମ୍ପତି ୯୬ ହଜାର ୧୦୦ କୋଟି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/Mukesh-Ambani.jpg)
/kanak/media/post_attachments/wp-content/uploads/2018/09/mukesh-ambani-antilla-home-mumbai-866x487-300x169.jpg)