ଡିସେମ୍ବର ଶେଷ ସୁଦ୍ଧା ଜିଓ ୫ଜି ସେବା ସାରା ଦେଶରେ। ଇଶା, ଆକାଶ, ଅନନ୍ତ ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ସାମିଲ

ଡିସେମ୍ବର ଶେଷ ସୁଦ୍ଧା ଜିଓ ୫ଜି ସେବା ସାରା ଦେଶରେ। ଇଶା, ଆକାଶ, ଅନନ୍ତ ରିଲାଏନ୍ସର ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ସାମିଲ

କନକ ବ୍ୟୁରୋ: ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ୪୬ ତମ ଏଜିଏମକୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଭାରତ ବିଶ୍ୱର ନେତୃତ୍ୱ ନେବାର କ୍ଷମତା ରଖିଛି । ନା ଭାରତ କେବେ ଅଟକିଛି ନା କେବେ ହାରିଛି । ମୁକେଶ ଗ୍ରୁପର ବୋର୍ଡରେ ବଡ ପରିବର୍ତ୍ତନର ଘୋଷଣା କରିଛନ୍ତି । ବୋର୍ଡ ଅଫ୍ ଡାଇରେକ୍ଟର୍ସ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ ବୋର୍ଡର ନନ୍ ଏକଜ୍ୟୁକେଟିଭ ଡାଇରେକ୍ଟର ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି । ସେହିଭଳି ନୀତା ଅମ୍ବାନୀ ବୋର୍ଡରୁ ଇସ୍ତଫା ଦେଇଛନ୍ତି ।

ଏହି ଅବସରରେ ସେ ଘୋଷଣା କରିଛନ୍ତି ଯେ ଅକ୍ଟୋବର ଶେଷ ୫ଜି ସେବାକୁ ସାରା ଦେଶରେ ଲାଗୁକରାଯିବ । ଡିସେମ୍ବର ୨୦୨୩ ସୁଦ୍ଧା ଏହା ସାରା ଦେଶରେ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ୮୫ ପ୍ରତିଶତ ୫ଜି ସେବା ଜିଓ ପାଖରେ ଉପଲବ୍ଧ ରହିଛି । ଏହା ସବୁଠାରୁ ବଡ ଉପଲବ୍ଧି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe